
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ଷ୍ଟେସନପଡ଼ା ଓ ବଜାରପଡା, ଘଣ୍ଟବାହାଲ, ଗଣ୍ଡାପଡ଼ା ଓ ବାବେଜୁରୀ ସମେତ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମଗୁଡ଼ିକ ପକ୍ଷରୁ ଅନୁଷ୍ଠିତ ହେଉଥିବା ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଶନିବାର ସନ୍ଧ୍ୟାରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶତାଧିକ ଶ୍ରଦ୍ଧାଳୁ ଓ ମହିଳାମାନେ ସଂକୀର୍ତ୍ତନ ବାଦ୍ୟ ସହ ନିକଟସ୍ଥ ପୋଖରୀରୁ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପଗୁଡ଼ିକରେ ସ୍ଥାପନ କରିଥିଲେ । ମୁରିବାହାଲ ଷ୍ଟେସନପଡା ଓ ବଜାରପଡାରେ ଅନୁଷ୍ଠିତ ହେଉଥିବା ଗଜଲକ୍ଷ୍ମୀ ପୂଜାରେ କର୍ତ୍ତା ରୂପେ ଗଁରେଇ ହାଇସ୍କୁଲ ପ୍ରଧାନଶିକ୍ଷକ ତରୁଣ ପୋଢ଼ ଓ ପତ୍ନୀ ତପସ୍ୱିନୀ ପୋଢ଼, ପୂଜକ ରୂପେ ପ୍ରଣବପ୍ରକାଶ ଦାସ ଥିବା ବେଳେ ଆୟୋଜକ କମିଟି ସଭାପତି ପିଙ୍କୁ ହାତୀ, ସମ୍ପାଦକ ରଞ୍ଜନ ବନଛୋର, କୋଷାଧ୍ୟକ୍ଷ ନିତେଶ କୁମାର ସାହୁ, ଉପଦେଷ୍ଟା ସୁଧାଂଶୁ ପୋଡ ଯାଦବ, ଉଦିତ କଟା ଓ କରନ ଜାଲଙ୍କ ସହ ଗ୍ରାମବାସୀ ସହଯୋଗ କରୁଛନ୍ତି । ସେହିପରି ଘଣ୍ଟବାହାଲ, ଗଣ୍ଡାପଡ଼ାରେ ଅନୁଷ୍ଠିତ ୨୧ତମ ଗଜଲକ୍ଷ୍ମୀ ପୂଜାରେ ପରୀକ୍ଷିତ ଛୁରା ଓ ଉଜୁଲି ଛୁରା କର୍ତ୍ତା, ପୂଜକ ରୂପେ ବ୍ରଜକିଶୋର ଦାସଙ୍କ ସହ ଆୟୋଜକ କମିଟି ସଭାପତି ବିରଞ୍ଚି ଛୁରା, ଉପସଭାପତି ବିରାଟ ଛୁରା, ସମ୍ପାଦକ ମହେଶ୍ୱର ଛୁରା ଓ କୋଷାଧ୍ୟକ୍ଷ ବରୁଣ ବାଗଙ୍କ ସମେତ ଗଣ୍ଡାପଡ଼ାବାସୀ ସହଯୋଗ କରୁଛନ୍ତି । ସେହିପରି ଗୁଡିଘାଟ ପଞ୍ଚାୟତ ବାବେଜୁରୀ ଗ୍ରାମରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା ପାଇଁ ଶନିବାର ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏହି କଳସ ଶୋଭାଯାତ୍ରାରେ ବାହାରି ଗ୍ରାମର ଜୁନାବନ୍ଧ ଠାରୁ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପିତ କରିଥିଲେ । ଦ୍ଵିତିକୃଷ୍ଣ ତ୍ରିପାଠୀ ଓ ସଞ୍ଜୟ ତ୍ରିପାଠୀ ପୂଜାର୍ଚ୍ଚନା କରୁଥିବା ବେଳେ ରାଜୁ ଦୀପ ଓ ସୁମିତ୍ରା ଦୀପ, ଉଦ୍ଧବ ନାଗ ଓ ଅନାମୀ ନାଗ କର୍ତ୍ତା ଦାୟିତ୍ଵ ନିର୍ବାହ କରୁଛନ୍ତି । ପୂଜା କମିଟିର ସଭାପତି ଡକ୍ଟର ନାଗ, ଉପସଭାପତି ରୋହିତ ନାଗ, ସମ୍ପାଦକ ସହଦେବ ନାଗ, କୋଷାଧ୍ୟକ୍ଷ ନନ୍ଦ ନାଗ, ସହ ସମ୍ପାଦକ ନିଳାମ୍ବର ନାଗ ଓ ପରିଚାଳନା କମିଟିର ଅଶୋକ ନାଗ, ମିଟୁ ଦୀପ, ଗିରିଧାରୀ ମହାନନ୍ଦ, ପୁରୁନ୍ଦର ନାଗ, ମିନିକେତନ ନାଗ ,ପ୍ରକାଶ ନାଗ, ରୋମାଞ୍ଚନ ନାଗ, କପିଳାଶ ନାଗ, ପ୍ରଦ୍ୟୁମ୍ନ ନାଗ, କରନ ହରପାଲ, ସୁଶାନ୍ତ ଦୀପ, ଅଜିତ ନାଗ, ଖାରବେଳ ନାଗ, ଜଗନ୍ନାଥ ନାଗ, ମହେନ୍ଦ୍ର ନାଗ, ପ୍ରକାଶ ନାଗ, ଦେବରାଜ ନାଗ, ମହନ ନାଗ, ଗିରିଧାରୀ ନାଗ, ଅଭିନାଶ ହରପାଲ, ଜଳନ୍ଧର ତାଣ୍ଡି, ମହେଶ ଦୀପ ଓ ଉପିନ୍ଦ୍ର ତାଣ୍ଡିଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି । ଆଜି ରବିବାର ପୂଜାରମ୍ଭ ହୋଇ ପ୍ରତ୍ୟେହ ପୁରାଣ ପଠନ ଓ ରାତ୍ରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ଜଣାପଡ଼ିଛି । ସେହିପରି ବ୍ଲକ ଅଞ୍ଚଳର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଅନୁଷ୍ଠିତ ହେଉଥିବା ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସନ୍ଧ୍ୟାରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।