jayashree

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ଗାଁ ଗାଁରେ ଏକ୍ସରେ ଦ୍ୱାରା ଟିବି ରୋଗର ନିରାକରଣ ନିମନ୍ତେ ଚିକିତ୍ସା ସେବା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତା ୨୦୩୦ ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହି ପରିପ୍ରେକ୍ଷିରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ଟିବିରେ ଆକ୍ରାନ୍ତଙ୍କ ଚିକିତ୍ସା ସହ ନୂତନ ରୋଗୀଙ୍କୁ ଯଥା ସମ୍ଭବ ଆଗୁଆ ଚିହ୍ନଟ କରି ଚିକିତ୍ସା କରିବା ଦ୍ୱାରା ଏହି ସଂକ୍ରମଣ ଯେଭଳି ଆଗକୁ ନବଢିବ ସେନେଇ ଯୋଜନା ଆରମ୍ଭ କରାଯାଇଛି । ୨୦୩୦ ମସିହା ସୁଦ୍ଧା ଏକ ୧୦୦ ଦିନିଆ ଅଭିଯାନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ବେଳେ ଦୂରଦୂରାନ୍ତରେ ରୋଗ ଚିହ୍ନଟ କରିବାରେ ଏହା ସହାୟକ ହେବ ବୋଲି ବିଭାଗୀୟ କର୍ମଚାରୀ ପ୍ରକାଶ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ବିଭିନ୍ନ ଗ୍ରାମକୁ ଗ୍ରାମ ବୁଲି ଲୋକଙ୍କ ପରୀକ୍ଷା ଓ ଏକ୍ସ୍‌ରେ କରୁଛନ୍ତି । ଡାକ୍ତରଖାନକୁ ଆସୁଥିବା ଆକ୍ରାନ୍ତ କିିମ୍ବା ସନ୍ଦେହ ଜନକ ଲୋକଙ୍କ ବ୍ଲଡ ସୁଗାର, ରକ୍ତଚାପ, ହିମଗ୍ଳୋବିନ ଆଦି ମାଗଣାରେ ପରୀକ୍ଷା କରିବା ସହ କଫ ପରୀକ୍ଷା କରାଯାଉଛି । ପରୀକ୍ଷା ରିପୋର୍ଟ ସଂକ୍ରମିତ ଆସିବା ପରେ ପରବର୍ତ୍ତି ସମୟରେ ଚିକିତ୍ସା ଓ ମେଡିସିନ ଆଦି ଦିଆଯାଉଛି । ଏହି ଅଭିଯାନରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବିଭିନ୍ନ ଗ୍ରାମରେ ଗତ ସପ୍ତାହ ଭିତରେ ୬୩୩ ଜଣଙ୍କ ମାଗଣା ଏକ୍ସରେ କରାଯାଇଥିବା ଜଣାପଡିଛି । କାର୍ଯ୍ୟକ୍ରମରେ ବରିଷ୍ଠ ରେଡ଼ିଓ ଗ୍ରାଫର ଦେବବ୍ରତ ନାୟକ, କୁମାରୀ ତୃପ୍ତିମୟୀ, କଲ୍ୟାଣୀ ମିଶ୍ର, ଶୁଭସ୍ମିତା ପାତ୍ର ଓ ସ୍ଥାନୀୟ ଆଶାକର୍ମୀମାନେ ରହି ସହଯୋଗ କରିଥାଆନ୍ତି । ସେଥି ମଧ୍ୟରେ ବଡକୋଦଣ୍ଡା ଅଞ୍ଚଳର ୮୬ ଜଣ, ଜିଲୁଣ୍ଡି ଅଞ୍ଚଳର ୧୦୭ ଜଣ, ମହଗୁଡା ଅଞ୍ଚଳର ୧୧୨ ଜଣ, ବିଞ୍ଜିଗିରି ଅଞ୍ଚଳର ୮୭ ଜଣ, ଢିହପଢାଳ ଅଞ୍ଚଳର ୧୨୫ ଜଣ, ଗାମୁଣ୍ଡି ଅଞ୍ଚଳର ୧୧୬ ଜଣଙ୍କ ମାଗଣା ଏକ୍ସ୍‌ରେ ପରୀକ୍ଷା କରାଯାଇଥିବା ଜଣାପଡିଛି । ଏନେଇ ବିଭାଗ ପକ୍ଷରୁ ଏକ ପୋର୍ଟେବଲ ଏକ୍ସ୍‌ରେ ମେସିନ ଦିଆଯାଇଥିବା ବେଳେ ସ୍ୱାସ୍ଥ କର୍ମଚାରୀ ଦେବବ୍ରତ ନାୟକ, କୁମାରୀ ତୃପ୍ତିମୟୀ, କଲ୍ୟାଣୀ ମିଶ୍ର, ଏମଆରଏ ଶୁଭସ୍ମିତା ପାତ୍ର ପ୍ରମୁଖ ବିଭିନ୍ନ ଅଞ୍ଚଳକୁ ଯାଇ ପରୀକ୍ଷା କରୁଥିବା ଜଣାପଡିଛି । ବିଭିନ୍ନ ଅଞ୍ଚଳର ୬୦ ବର୍ଷରୁ ଅଧିକ ବ୍ୟକ୍ତି, ଆକ୍ରାନ୍ତଙ୍କ ସଂଶ୍ପର୍ଶରେ ଆସିଥିବା କିମ୍ବା ପୁରୁଣା ଟିବି ଆକ୍ରାନ୍ତ, ଅଧିକ ଦିନ କାଶ ଲାଗି ରହୁଥିବା ବ୍ୟକ୍ତି, ଅତ୍ୟଧିକ ଧ୍ରୁମପାନ କରୁଥିବା ବ୍ୟକ୍ତି ଭଳି ସନ୍ଦେହ ରହିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଶାକର୍ମୀମାନଙ୍କ ସହଯୋଗରେ ପରୀକ୍ଷା କରାଯାଉଥିବା ଜଣାପଡିଛି । ମାଗଣାରେ ପରୀକ୍ଷା ସହ ସାମନ୍ୟ ଲକ୍ଷଣକୁ ଅନେକ ସମୟରେ ଲୋକ ମାନେ ଅଣଦେଖା କରିବା ଦ୍ୱରା ତାହା ଭବିଷ୍ୟତରେ ଗୁରୁତର ହୋଇପଡିବାର ସମ୍ଭାବନା ରହିଥିବାରୁ ଏଭଳି ଅଭିଯାନ ଦ୍ୱରା ଆକ୍ରାନ୍ତ ଶୀଘ୍ର ଚିହ୍ନଟ ହେବା ସହ ଚିକିତ୍ସା ମଧ୍ୟ ଶୀଘ୍ର ଆରମ୍ଭ ହୋଇ ପାରିବ । ତେଣୁ ଲକ୍ଷଣ ଦେଖାଦେଲେ ଅଣଦେଖା ନକରି ତୁରନ୍ତ ଚିକିତ୍ସା ଆରମ୍ଭ କରିବାକୁ ଟିବି ସୁପରଭାଇଜର ବେଦବ୍ରତ ପରିଡା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.