ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୨୦୨୪ ବର୍ଷ ବିଦାୟ ଦିନ ଗଞ୍ଜାମ ଏନଏସିରେ ବିବାଦ ଘରରେ ଅସନ୍ତୋଷ ୨୦୨୫ରେ କେଉଁ ରୂପ ନେବ ନୂତନ ବର୍ଷ ପୂର୍ବରୁ ଚାଳ ବାଜିବା ଆରମ୍ଭ ହେଲାଣି ବିଦାୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆହାର କେନ୍ଦ୍ରରେ ରୋଷେଇ ଏବଂ ଖାଦ୍ୟ ବଣ୍ଟନକୁ ନେଇ ଦୁଇ ଏସଏଚଜି ମହିଳା ଗୋଷ୍ଠୀଙ୍କ ମଧ୍ୟରେ ଲାଗି ଥିବା ବିବାଦ ପୁଣି ତ୍ୱରାନ୍ୱିତ ହୋଉଛି । ଆରମ୍ଭରୁ ଆହାର କେନ୍ଦ୍ର ଦାୟିତ୍ୱ ନେଇଥିବା ପୁଇଁତଳା ମା’ କନକ ଦୁର୍ଗା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଅବଧି ସରିଯିବା ପରେ ଏନଏସି ପ୍ରଶାସନ ସେହି ଗାଁ ଅନ୍ୟ ଏକ ମହିଳା ଗୋଷ୍ଠୀ ମା ଦୁର୍ଗା ସ୍ୱୟଂ ସହାୟତା ଗୋଷ୍ଠୀଙ୍କୁ ଆହାର କେନ୍ଦ୍ର ରୋଷେଇ ଓ ବଣ୍ଟନ ପାଇଁ ନିଁର୍ଧେଶନାମା ଜାରି କରିଛି । ଯାହାକୁ ନେଇ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି । ପୂର୍ବ ଗୋଷ୍ଠୀଙ୍କୁ ଏନଏସି ପ୍ରଶାସନ ଜଣାଇ ନଥିବା ଅଭିଯୋଗରେ ହଟୋଗୋଳ କରିଥିଲେ । ଆଉ ୬ ମାସ ଅବଧି ବଢେଇବାକୁ ଜିଦ ଧରି ଆହାର କେନ୍ଦ୍ର ତାଲା ପକାଇ ସମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ । ପୂର୍ବ ମହିଳା ଗୋଷ୍ଠୀ ଋଣ ଆଣି ଆହାର କେନ୍ଦ୍ର ତୁଲାଉଥିବା ଦାବି କରିଛନ୍ତି ଋଣ ଆମେ କେମିତି ସୁଝିବୁ ବୋଲି ଅଭିଯୋଗ କରିଥିଲେ । ଖବର ପାଇଁ ଗଞ୍ଜାମ ଥାନା ପୋଲିସ ଓ ଏନଏସି ପ୍ରଶାସନ ଘଟଣା ସ୍ଥଳରେ ପହଂଚି ବୁଝା ସୁଝା କରିଥିଲେ ମଧ୍ୟ କେହି ଶୁଣି ନଥିଲେ । ଖବର ପାଇ ଏନଏସି ଇଓ ଦାୟିତ୍ୱରେ ଥିବା ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଆହାର କେନ୍ଦ୍ର ଆସି ଆନ୍ଦୋଳନକାରୀଙ୍କ ମହିଳାମାନଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡିବା ସହ ହଟୋଗୋଳ ହଟିଥିଲା । ଆସନ୍ତା ଦିନରେ ଉଭୟ ଗୋଷ୍ଠୀଙ୍କୁ ନେଇ ଆଲୋଚନା କରାଯିବା ପରେ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।