pakka

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

bbehera

ବେଗୁନିଆ : ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଶନିବାର ପାଳିତ ହୋଇଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ପକ୍ଷରୁ ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭିନ୍ନକ୍ଷମ ପିଲାମାନେ ହାତରେ ପ୍ଲାକାର୍ଡ ଧରି ବିଭନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଭାସ୍କର ଲେଙ୍କା ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସରେ ପିଲାମାନଙ୍କୁ ନେଇ ବିଭିନ୍ନ ଖେଳ ଓ ନାଚ ଗୀତରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଭିନ୍ନକ୍ଷମ ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଅତିଥିମାନେ । ବିଇଓ ଭାସ୍କର ଲେଙ୍କାଙ୍କ କହିବା ଅନୁଯାୟୀ ଭିନ୍ନକ୍ଷମ ମାନେ ସମାଜ ପାଇଁ ମୂଲ୍ୟବାନ । ସେହିପରି ରାଜ୍ୟ ସରକାର ସେମାନଙ୍କ ପାଇଁ ବହୁତ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.

eighteen + 11 =