ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା । ଏଥିରେ ଦିବ୍ୟାଙ୍ଗଙ୍କ ଅଧିକାର ସମ୍ବଳିତ ସ୍ଲୋଗାନ ଦିଆଯାଇଥିଲା । ଏବିଇଓ ସଚ୍ଚିଦାନନ୍ଦ ସେଠୀ, ପ୍ରକାଶ ରାୟ, ବିଆର୍‌ଟି ରଜନୀ ନାଏକ, ମୀନକେତନ ପାତ୍ର, ଶିକ୍ଷକ ସଂଘ ସମ୍ପାଦକ କମଳାକାନ୍ତ ପତି, ଶିକ୍ଷକ ନେତା ବୀରମୋହନ ଦ୍ୱିବେଦୀ, ସନ୍ତୋଷ ନାଏକ, ବିଭୀଷଣ ଦଳଦସିଆ ପ୍ରମୁଖ ସାମିଲ ହୋଇ ଛାତ୍ରୀଛାତ୍ରଙ୍କ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.

three × three =

error: Content is protected !!