om academy

ଭତ୍ତାକୁ ଚାହିଁ ଚାହିଁ ଗିରିଧାରୀ ତାଣ୍ତିଙ୍କ ଗଡ଼ିଗଲା ଦିନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତ ଡୁଙ୍ଗୁରିପାଲି ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଗିରିଧାରୀ ତାଣ୍ତି ଜଣେ ଭିନ୍ନକ୍ଷମ ବ୍ୟକ୍ତି । କିଛି ମାସ ପୂର୍ବେ ବୁର୍ଲା ଡାକ୍ତରଖାନାରେ ତାଙ୍କ ବାମ ଗୋଡ ଅଚଳ ହୋଇ ଯିବାରୁ ସେହି ଗୋଡକୁ ଆଣ୍ଠୁରୁ ତଳକୁ କାଟି ଦିଆଯାଇଥିଲା । ସେ ବର୍ତ୍ତମାନ କୌଣସି କାମ କରିବାକୁ ସକ୍ଷମ ନୁହନ୍ତି । ସେ ଜଣେ ଅତ୍ୟନ୍ତ ଗରିବ ଲୋକ । କୁଲି ମଜୁରୀ କାମ କରି ଦିନ କାଟୁଥିଲେ । ପଦ୍ମପୁର ଉପନିର୍ବାଚନ ପୂର୍ବରୁ ପାଇକମାଲ ଧର୍ମଶାଳାରେ ଭିନ୍ନକ୍ଷମମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ଏକ ଅଭିଯାନ ଚାଲିଥିଲା । ମାତ୍ର ଏ ପର୍ୟ୍ୟନ୍ତ ପ୍ରମାଣ ପତ୍ର ମିଳିଳା ନାହିଁ କି ଭତ୍ତା ମିଳିପାରିଲା ନାହିଁ । ତେଣୁ ସେ ଘରେ ପଡି ରହି ଦୁଃଖ ଓ ଅଭାବରେ ଦିନ କାଟୁଛନ୍ତି । ଭତ୍ତା ପାଇବା ପାଇଁ ଗଣମାଧ୍ୟମ ଜରିଆରେ ସେ ନିବେଦନ କରିଥିଲେ । ମାତ୍ର ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ସାହାଯ୍ୟ ଆସି ପାରିଲା ନାହିଁ । ତେଣୁ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗରିଧାରୀ ତାଣ୍ଡିଙ୍କୁ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିବା ସହ ଟ୍ରାଇ ସାଇକେଲ ପ୍ରଦାନ କରିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.

3 × 4 =