pakka

ଆଦିବାସୀ, ଦଳିତ, ନିଷ୍ପେସିତ ଏବଂ ଅବହେଳିତ ଜନତାଙ୍କ ସାମାଜିକ, ଆର୍ଥିକ, ଥଇଥାନ, ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ କ୍ଷେତ୍ରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପ୍ରେମ୍‌ର ଅବଦାନ ଅତୁଳନୀୟ

bbehera

-୪୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ଦାଶରଥୀ ଗମାଙ୍ଗ, ନାରାୟଣ ରାଓ, ସିପିଏମ୍‌ ନେତା ଅଳି ପଟ୍ଟନାୟକ, ନବୀନ ସମ୍ପାଦକ ରବି ରଥ, ସଭାପତି ଡ଼. ଜାକୋବ୍‌ ଥୁଣ୍ଡ୍ରିଲଙ୍କ ବକ୍ତବ୍ୟ

ମୋହନା/ଗଜପତି, (କେପିଏନ୍‌ଏସ୍‌) : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମୋହନା ଅଞ୍ଚଳରେ ବସବାସ କରୁଥିବା ଦଳିତ, ନିଷ୍ପେସିତ ଏବଂ ଅବହେଳିତ ଜନତାଙ୍କ ସାମାଜିକ, ଆର୍ଥିକ, ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ କ୍ଷେତ୍ରରେ ଭାରତ ବର୍ଷର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପ୍ରେମ୍‌ର ଅବଦାନ ଅତୁଳନୀୟ ବୋଲି ଦୀର୍ଘ ୪ ଦଶନ୍ଧି ଧରି ମୋହନାରୁ କାର୍ଯ୍ୟ ଆରମ୍ଭ କରିଥିବା ପୂର୍ତ୍ତି ଅବସରରେ ଗତ ୧୯ ତାରିଖରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ଉପରୋକ୍ତ ମନ୍ତବ୍ୟ ଦେବା ସହିତ ଅନୁଷ୍ଠାନର ଉତ୍ତୋରୋତ୍ତର ଉନ୍ନତି କାମନା କରିଥିଲେ ।

ପ୍ରେମ ସଭାପତି ଡ଼. ଜାକୋବ ଥୁଣ୍ଡ୍ରିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ପ୍ରେମ୍‌ ସହିତ ଦୀର୍ଘଦିନର ତାଙ୍କର ସମ୍ପର୍କ ଏବଂ ତାଙ୍କ କାର୍ଯ୍ୟକଳାପର ଭୂୟସୀ ପ୍ରଶଂସା କରିଥିଲେ । ଗଞ୍ଜାମ, ଗଜପତି ଜିଲ୍ଲାରେ ଦେଖା ଦେଇଥିବା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ପ୍ରେମ୍‌ର ଅବଦାନ ଅତୁଳନୀୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗୋ ତାଙ୍କ ଭାଷଣରେ ସରକାର ଯୋଜନାମାନ କରୁଛନ୍ତି, କିନ୍ତୁ ପ୍ରଶାସନିକ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । କିନ୍ତୁ ସ୍ୱେଚ୍ଛାସେବୀ ସଂଗଠନମାନେ ତାକୁ ବେଶ୍‌ ଆନ୍ତରିକତାର ସହ କାର୍ଯ୍ୟ କରି ସାଧାରଣ ଲୋକଙ୍କ ନିକଟତର ହୋଇପାରିଛନ୍ତି । ଅନ୍ୟତମ ସମ୍ମାନିତ ଅତିଥି ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଯୋଜନାର ସଫଳତା ପାଇଁ ପ୍ରେମ୍‌ କାର୍ଯ୍ୟପନ୍ଥାକୁ ଅନୁସରଣ କରିବା ଉଚିତ । କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ସାଧାରଣ ଦଳିତ, ନିଷ୍ପେସିତ ଜନତାଙ୍କ ପାଇଁ ଯୋଜନା କରୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ତେଣୁ ଏଥିପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ଅନ୍ୟତମ ବକ୍ତା ସିପିଆଇ(ଏମ) ସାଧାରଣ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ପ୍ରେମ୍‌ ସଭାପତି ଓ ତାଙ୍କ ପରିବାରର ତ୍ୟାଗ, ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଏହି ସଂଗଠନ ୪୦ ବର୍ଷରେ ପହଞ୍ଚିପାରିଛି ବୋଲି କହିଥିଲେ । ଶ୍ରୀ ପଟ୍ଟନାୟକ କହିଲେ ରାଜନୈତିକ ଦଳର ପରିବର୍ତ୍ତନରେ ସାଧାରଣ ଜନତାଙ୍କ ପରିବର୍ତ୍ତନ ହୁଏ ନାହିଁ । ତେଣୁ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ତଳ ସ୍ତରରୁ ଉଦ୍ୟମ ହେବା ଆବଶ୍ୟକ । ନବୀନର ସମ୍ପାଦକ ରବି ରଥ ତାଙ୍କ ଭାଷଣରେ ପ୍ରେମ୍‌ ୪୦ ବର୍ଷ ତଳୁ ଯେଉଁସବୁ କାର୍ଯ୍ୟକ୍ରମ କରି ଆରମ୍ଭ କରିଥିଲା ତାହା ବର୍ତ୍ତମାନ ସରକାର ଅନୁସରଣ କରି କାର୍ଯ୍ୟକାରୀ କରୁଛନ୍ତି । ଭାରତ ବର୍ଷରେ ଛତୁ ଫୁଟିଲା ଭଳି ସ୍ୱେଚ୍ଛାସେବୀ ସଂଗଠନମାନ ରହିଥିଲେ ମଧ୍ୟ ନିଷ୍ଠା ଓ ପ୍ରତିବଦ୍ଧତା ନଥିବାରୁ ସେହି ସଂଗଠନମାନେ ଲୀନ ହୋଇଯାଉଛନ୍ତି । କିନ୍ତୁ ପ୍ରେମ୍‌ ସଂଗଠନ ତାର ନୀତି ଆଦର୍ଶ ବଜାୟ ରଖି ୪୦ ବର୍ଷରେ ପଦାର୍ପଣ କରିଛି । ଏହା କମ ଗୌରବର କଥା ନୁହେଁ ବୋଲି ଶ୍ରୀ ରଥ ପ୍ରକାଶ କରିଥିଲେ । ପ୍ରେମ୍‌ର ସମ୍ପାଦକ ଡ଼. ଚାକୋ ପୁରୁଭାନାନି ପ୍ରେମ୍‌ର ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ । ଓଡ଼ିଶା ଦଳିତ ମଞ୍ଚର ରାଜ୍ୟ ସଂଯୋଜକ ଡ଼. କୁମାର ପ୍ରଶାନ୍ତ, ଇଡ଼ୁକୋର କଣ୍ଟ୍ରି ଡାଇରେକ୍ଟର ଡ଼. ଗୁରୁ ପ୍ରସାଦ ରାଓ, ଏକ୍ସିସ୍‌ ବ୍ୟାଙ୍କ ପ୍ରତିଷ୍ଠାନର ପୂର୍ବତନ ସିଇଓ ବାବୁ ଯୋଶେଫ, ପୂର୍ବତନ ଆଞ୍ଚଳିକ ସଂଯୋଜକ ଅଗସ୍ତିନ ଉଲାତିଲ, ପ୍ରେମ୍‌ର ଲୋକ ସମ୍ପର୍କ ଅଧିକାରୀ ରତନ ମିଶ୍ର ପ୍ରମୁଖ ଉଦ୍‌ବୋଧନ ଦେଇ ପ୍ରେମ୍‌ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଭାଲେରିଆନ ଡି ଲିମା ସଂଗଠନର ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ପ୍ରେମ୍‌ର ବିଭିନ୍ନ କାର୍ଯ୍ୟକ୍ରମରେ ସମ୍ପୃକ୍ତ ରହି ସହଯୋଗ କରି ଆସୁଥିବା ଶତାଧିକ ବ୍ୟକ୍ତି ବିଶେଷଙ୍କୁ ପ୍ରେମ୍‌ ସଭାପତି ଓ ସମ୍ପାଦକ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଜୟକୃଷ୍ଣ ହୋତା, ତ୍ରିପତି ମିଶ୍ର, ନବୀନ ମିଶ୍ର, ଶ୍ରୀନିବାସ ରାଓ, କାଳି ଚରଣ ଦାଶ, ରବି ମହାନ୍ତି, ପ୍ରସାଦ ରାଓ, ରବି କୁମାର, ସିରିଏଲ ନାୟକ, ସରଳ ସୁକାନ୍ତ ନାୟକ, ବ୍ରଜ କିଶୋର ବେହେରା, ସୁବୋଧକାନ୍ତ ଲିମା, ସରିତା ରଇତ, ଇନୋସେଣ୍ଟ ପାଣି, ରାଜେନ୍ଦ୍ର ଦୋରା, ପୃଥିବୀରାଜ ଦଣ୍ଡସେନା, ହିମାନି ଦାସ, ଗୋବିନ୍ଦ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅଞ୍ଚଳର ହଜାର ହଜାର ପୁରୁଷ ମହିଳା ଉପସ୍ଥିତ ଥିଲେ । ଏହି ଅବସରରେ ୪୦ ବର୍ଷର ଇତିହାସ ସମ୍ପର୍କରେ ଦୁଇଟି ପୁସ୍ତକ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଆଦିବାସୀ ନୃତ୍ୟ, ସଂଗୀତ ପରିବେଷଣ କରାଯାଇଥିଲା । ନିର୍ମଳା ଫାଉଣ୍ଡେସନର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ।

jay balangir
Leave A Reply

Your email address will not be published.

17 − 12 =