centurian jitm

କୋଶଲି ଭାଷା ସୁରକ୍ଷା ସମିତିର ବାର୍ଷିକ ଉତ୍ସବ ୨୦୨୫ ଆୟୋଜିତ

nschool

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି କୋଶଲି ଭାଷାର ପ୍ରଚାର ପ୍ରସାର ନିମନ୍ତେ ସଂଘର୍ଷ ଜାରି ରଖିଛି ଟିଟିଲାଗଡ଼ କୋଶଲି ଭାଷା ସୁରକ୍ଷା ସମିତି । ରବିବାର ଦିନ ସ୍ଥାନୀୟ ଡିଏନ୍‌ ରିସର୍ଟ ସମ୍ମିଳନୀ କକ୍ଷରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ସଭାପତି ଦିଲ୍ଲୀପ ପଶାୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ସମ୍ମାନିତ ଅତିଥି ଭାବେ ଡ. ବିନୋଦ ବିହାରୀ ଜାଲ, ମୁଖ୍ୟବକ୍ତା ଭାବେ ଡ. ଗୁରୁଶ୍ରୀ ଘାସିରାମ ମିଶ୍ର ଯୋଗ ଦେଇଥିଲେ । ପ୍ରଥମେ ମାଁ ଘଣ୍ଟାଶୁଣି ଓ ମାଁ କୋଶଲିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ କରିବା ପରେ ସଭା ଆରମ୍ଭ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ କବି ଭିକାରୀ ମିଶ୍ର । ଏହି ଅବସରରେ ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡାକ୍ତର ଶ୍ରୀନିବାସ ଉଦ୍ଧଗାତାଙ୍କୁ ଜୀବନ ଯାକର ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ଝାଂପି ସମ୍ମାନରେ ଡ. ଦଳଗୋବିନ୍ଦ ବିଶିଙ୍କୁ ସମ୍ମାନିତ କରାଯାଇଥିଲା । କବି ଗଣେଶ ବାରିକଙ୍କୁ ଝାଂପି ୨୦୨୪ର ଦମଦାର ଲେଖା ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଶିଳ୍ପୀ ସୁଶ୍ରୀ ପଞ୍ଚମୀ ମାଝୀ ଝାଂପିର ଝି ସମ୍ମାନରେ ସମ୍ମାନିତ ହୋଇଥିଲେ । ସେହିପରି ନୁକୋ ବହି ସମ୍ମାନରେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ଡ ବିନୋଦ ବିହାରୀ ଜାଲ, ଗୁରୁଶ୍ରୀ ଘାସିରାମ ମିଶ୍ର, ଡ. ସନ୍ତୋଷ ରଥ, ଡ. ଯୁଗଳ କିଶୋର ଷଡ଼ଙ୍ଗୀ, ଡ. ପରମେଶ୍ଵର ମୁଣ୍ଡ, ଶେଷଦେବ ଭୋଇ, ବଳଦେବ ଦୀକ୍ଷିତ, ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ମଧୁସୂଦନ ଦାସ, ଟିକେଲାଲ ବେହେରା, ଶ୍ରୀମତୀ ମାନିନୀ ମେହେର, ବିରଞ୍ଚି ନାରାୟଣ ମୁଣ୍ଡ, ବୃନ୍ଦାବନ କୁମ୍ଭାରଙ୍କୁ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ତା ସହ ଦିବଂଗତ କୋଶଲି ସୁପୁତ୍ର ମାନଙ୍କର ନାମରେ ମଧ୍ୟ କିଛି ଲୋକଙ୍କୁ ସମ୍ମାନିତ କରାଯାଇଥିଲା । ଅପରାହ୍ନର ଦ୍ୱିତୀୟ ଅଧିବେଶନରେ ଆଲୋଚନା ଚକ୍ର ଓ କୋଶଲି କବିତା ଆସର ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.