pr

ବିପଦ ସଂକୁଳ ଅବସ୍ଥାରେ ପୋଲ : ନୂତନ ପୋଲ ନିର୍ମାଣ କରିବା ପାଇଁ ବିଧାୟକଙ୍କ ନିର୍ଦ୍ଦେଶ

dr. purohit

ସଇଁତଲା, (ଖୁସିରାଣୀ ସାହୁ) : ଟିଟିଲାଗଡ଼ରେ ପ୍ରଥମ ଥର ପାଇଁ ବିଜେପି ଦଳରୁ ନବୀନ ଜୈନ ବିଧାୟକ ହେବା ପରେ ଲୋକଙ୍କ ଦୁଃଖ ଓ ସୁଖ ସାରଥୀ ପାଲଟିଛନ୍ତି । ଗାଁ ପାନୀୟ ଜଳ ହେଉ କିମ୍ବା ରାସ୍ତା ସମସ୍ୟା ସେ ସବୂ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଲୋକେ ବିଧାୟକ ହେବ ତ ଏମିତି ବୋଲି ପ୍ରଶଂସା କରୁଛନ୍ତି । ତେବେ ସଇଁତଲା ବ୍ଲକ କରମତଲା ପଂଚାୟତ ଦାବଯୋରି ଗାଁର ତଳିପଡ଼ା ଦେଇ ସଂଯୋଗ କରୁଥିବା ରାସ୍ତାର ପୋଲ ବିପଦ ସଂକୁଳ ଅବସ୍ଥା ଥିବା ନେଇ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କୁ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ବିଧାୟକଙ୍କ ପ୍ରତିନିଧି ବିମଳ ଶର୍ମାଙ୍କୁ ବିଧାୟକ ଶ୍ରୀ ଜୈନ ନିର୍ଦ୍ଦେଶ ଦେଇ ବିପଦ ସଂକୁଳ ଅବସ୍ଥାରେ ଥିବା ପୋଲ ନିର୍ମାଣ କରିବାକୁ କହିଥିବା ଜଣାପଡିଛି । ଉକ୍ତ ଗାଁକୁ ବିଧାୟକଙ୍କ ବ୍ଲକ ପ୍ରତିନିଧି ଶ୍ରୀ ଶର୍ମା, ବିଜେପି ନେତା ତ୍ରିଲକ୍ଷ ସାହୁ ପହଞ୍ଚି ଖୁବଶୀଘ୍ର ନୂତନ ପୋଲ ନିର୍ମାଣ କରାଯିବ ବୋଲି ପ୍ରିତିଶୃତି ଦେଇଥିବା ବେଳେ ଅଂଚଳରେ ଖୁସିର ଲହରୀ ଖେଳିଯିବା ସହ ସ୍ଥାନୀୟ ଲୋକେ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

nrusinghnath
Leave A Reply

Your email address will not be published.