pakka

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ

bbehera

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବରିଷ୍ଠ ସାମ୍ବାଦିକ ଶଙ୍କର୍ଷଣ ବେହେରାଙ୍କ ମାତା ତଥା ବାଲିଛଡା ଗୌନ୍ତିଆ ସ୍ୱର୍ଗତ ପଦ୍ମକିଶୋର ବେହେରାଙ୍କ ଧର୍ମପତ୍ନୀ ଅନ୍ନପୂର୍ଣ୍ଣା ବେହେରାଙ୍କ ଗୁରୁବାର ସନ୍ଧ୍ୟାରେ ତାଙ୍କ ଇଚ୍ଛାପୁର ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା ମହିଳା ଭାବରେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ଦେହାନ୍ତ ସମୟରେ ତାଙ୍କ ପୁଅ, ବୋହୁ, ଝିଅ, ନାତିନାତୁଣୀମାନେ ଉପସ୍ଥିତ ଥିଲେ । ଶୁକ୍ରବାର ସକାଳେ ବାଲିଛଡା ଗ୍ରାମର ହାତୀନଦୀ କୂଳରେ ଅନ୍ତିମ ସଂସ୍କାର କରାଯାଇଛି । ଶେଷଯାତ୍ରାରେ ତାଙ୍କ ୬ ପୁଅ, ଜ୍ୱାଇଁ, ନାତି ଓ ସମ୍ପର୍କୀୟ ଏବଂ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

jay balangir
Leave A Reply

Your email address will not be published.

four × five =