
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଅସତ୍ୟ ଉପରେ ସତ୍ୟର ବିଜୟ ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ବିଜୟାଦଶମୀ ପର୍ବ କଣ୍ଟାବାଞ୍ଜି ରୋଡ୍ ନମ୍ବର-୨ରେ ଉତ୍ସାହ ଓ ଉଲ୍ଲାସର ସହ ପାଳିତ ହୋଇଛି । ଏହି ଅବସରରେ ରୋଡ୍ ନମ୍ବର-୨ର ସମସ୍ତ ପରିବାର ଏକାଠି ହୋଇ ସାମୂହିକ ରାବଣ ଦହନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ୟକ୍ଷ ନାଗୁ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାବଣ ଦହନ କରିଥିଲେ । ଏହା ସହିତ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ପାଇଁ ଜଳଖିଆର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହି ଆୟୋଜନକୁ ସଫଳ କରିବାରେ ଆନନ୍ଦ ତାଉ, ହେମରାଜ ଜୈନ, ବିକ୍କି କେକେ, ସୌରଭ ମୁନା, ରାହୁଲ ମାଙ୍ଗେମୋହନ, ସୁମିତ ଜିନ୍ଦଲ, ଦୀପିକା ରାହୁଲ, ହେମରାଜ ନେହା, ଆନନ୍ଦ ସୋନିଆ ଏବଂ ଖୁସି ଅଗ୍ରୱାଲଙ୍କ ସମେତ ସମସ୍ତ ପରିବାର ସହଯୋଗ କରିଥିଲେ । ରୋଡ୍ ନମ୍ବର-୨ର ସମସ୍ତ ପରିବାରଙ୍କ ଏହି ସାମୂହିକ ପ୍ରୟାସ କେବଳ ବିଜୟାଦଶମୀର ଆନନ୍ଦକୁ ଦ୍ୱିଗୁଣିତ କରିନଥିଲା, ବରଂ ଏକତା, ଭାଇଚାରା ଓ ପାରସ୍ପରିକ ସଦ୍ଭାବନାର ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଦେଇଥିଲା ।