jayashree

ଗଞ୍ଜାମରେ ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ, ୬୧ ଗିରଫ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ବେଆଇନ ଜୁଆ କାରବାର ବିରୋଧରେ ପୁଲିସର ଜୋରଦାର ଅଭିଯାନ । ୨୦ ତାରିଖରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୧୦ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ପୁଲିସ । ଏହି ଚଢ଼ାଉରେ ୬୧ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୨ ଲକ୍ଷ ୧୯ ହଜାର ୪୮୦ ଟଙ୍କା ଜବତ ହୋଇଛି । ଏଥିସହ ବହୁ ତାସ୍‌ ପତ୍ତି ଓ ୫ଟି ମୋବାଇଲ ଫୋନ ଜବତ କରିଛି ପୁଲିସ । ପାର୍ବଣ ସମୟରେ ଜୁଆ କାରବାର ଉପରେ ରୋକ୍‌ ଲଗାଇବା ପାଇଁ ଗଞ୍ଜାମ ଜିଲ୍ଲା ପୁଲିସ ପକ୍ଷରୁ ଏହି ଅଭିଯାନ ଚାଲିଥିବା ଜିଲ୍ଲା ଏସ୍‌ପି ହରିଶ ବି.ସି. ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରିରହିଛି । ଜିଲ୍ଲାରେ ବେଆଇନ ଜୁଆ କାରବାର ସମେତ ଅନ୍ୟ ଅପରାଧିକ କାର୍ୟ୍ୟକଳାପ ରୋକିବାକୁ ଆଗକୁ ମଧ୍ୟ ପୁଲିସର ଚଢ଼ାଉ ଜାରି ରହିବ ବୋଲି ଏସ୍‌ପି କହିଛନ୍ତି।

Leave A Reply

Your email address will not be published.