pakka

ଦୋଳପୂର୍ଣ୍ଣିମା ପାଇଁ କର୍ମେଲି ଗାଁ ଉତ୍ସବ ମୁଖର

bbehera

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କର୍ମେଲି ଗ୍ରାମର ପଲ୍ଲୀଶ୍ରୀ ଦୋଳ ଉତ୍ସବ ପାଳନ କମିଟି ଦ୍ଵାରା ଆୟୋଜିତ ଦୋଳ ଉତ୍ସବ ପାଳନ ସାଂସ୍କୃତିକ ମଞ୍ଚରେ ୬୨ତମ ଉତ୍ସବ ମହାସମାରୋହରେ ଉଦ୍‌ଘାଟନ ସହ ପ୍ରଭୁ ରାଧାକୃଷ୍ଣଙ୍କ ସୁଶୋଭିତ ନଗର ପରିକ୍ରମାର ମଧ୍ୟ ଶୁଭାରମ୍ଭ ହୋଇଯାଇଛି । ସାତ ଗୋଟି ପଲ୍ଲୀର ଅପୂର୍ବ ସମନ୍ୱୟରେ ବିଗତ ୬୧ବର୍ଷଧରି ଭାଇଚାରାକୁ ନିଜର ପ୍ରତୀକ ଭାବରେ ରଖି ଆସିଥିବା ପଲ୍ଲୀଶ୍ରୀ ଦୋଳ ଉତ୍ସବ ପାଳନ କମିଟି ତାର ୬୨ତମ ଉତ୍ସବ ଆୟୋଜନ କରି ଏକ ନିଆରା ଦୃଷ୍ଟାନ୍ତ ସୃଷ୍ଟି କରିବାରେ ସମର୍ଥ ହୋଇଛି । ଏହି ଅବସରରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କର୍ମେଲି ଗ୍ରାମକୁ ସାଂସ୍କୃତିକ ମହାକୁମ୍ଭର ପେଣ୍ଠସ୍ଥଳି ବୋଲି ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ଅନନ୍ତ ପଟ୍ଟନାୟକ, ଭୁଜବଳ ନାଗ, ଏସ୍ମାଇଲ ବାଗ, ଗୋବିନ୍ଦ ମୁଣ୍ଡ, ଶ୍ରୀରାମ ଶବର, ବିପିନ ମୁଣ୍ଡ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଯୁଧିଷ୍ଠିର ମାଝୀ, ଜିତେନ୍ଦ୍ର ପଣ୍ଡା, ତାପସ କୁମାର ପଣ୍ଡା, ପରମେ ମାଝୀ, ଥବିର ମାଝୀ ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିଲେ । ଶିକ୍ଷକ ବିଶ୍ୱମ୍ବର ସାହୁ ଓ ପରମେଶ୍ୱର ରାଉତ ମଞ୍ଚ ପରିଚାଳନା କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ରେକର୍ଡ ଡାନ୍ସ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଅନ୍ୟାନ୍ୟ ଦିନମାନଙ୍କରେ ଦର୍ଶକଙ୍କ ପାଇଁ ମନୋରଞ୍ଜନ ଧର୍ମି ଗୀତିନାଟ୍ୟର ଆୟୋଜନ କରାଯାଇଛି ।

jay balangir
Leave A Reply

Your email address will not be published.

3 × 3 =