pakka

ଗଞ୍ଜାମ ସହରରେ ମା’ ଭୈରବୀ ଠାକୁରାଣୀ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଟା ଉତ୍ସବ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ପୁରୁଣା ଜଗନ୍ନାଥ ମନ୍ଦିର ପାର୍ଶ୍ଵରେ ମା’ ଭୈରବୀ ଠାକୁରାଣୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଟା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଦ୍ୟ ବାଜଣା ସହକାରେ ପୁଣ୍ୟତୋୟା ଋଷିକୁଲ୍ୟା ନଦୀରୁ କଳସ ଯାତ୍ରା ଏକ ଶୋଭାଯାତ୍ରା ଯଜ୍ଞ ମଣ୍ଡପ ଅଭିମୁଖେ ଯିବା ପରେ ଘୃତ ଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା । ମୁଖ୍ୟପୁରୋଧା କନ୍ଧ ଶତପଥୀଙ୍କ ତତ୍ୱାବଧାନରେ ଆଚାର୍ଯ୍ୟ କେଦାର ନାଥ ପଣ୍ଡା, ପଣ୍ଡିତ ହରିକୃଷ୍ଣ ଶତପଥୀ, ପ୍ରଚାରକ ପ୍ରକାଶ ଚନ୍ଦ୍ର ଦାଶ, ଉପପ୍ରଚାରକ ସୁମନ କୁମାର ପଣ୍ଡାଙ୍କ ମୁଖ ନିଃସୃତ ମନ୍ତ୍ରଧ୍ଵନିରେ ଯଜ୍ଞ ଆୟୋଜିତ ହୋଇଥିଲା । ପି. ଚନ୍ଦ୍ରଶେଖର ରେଡ୍ଡି, ପି. କ୍ରିଷ୍ଣା ରାଓ ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିବା ବେଳେ ପି. କହ୍ନେୟା ରେଡ୍ଡି, ପି. ଜଗଦିଶ ରେଡ୍ଡି, ପି. କାମେୟା ରେଡ୍ଡି ପ୍ରମୁଖ ସପତ୍ନୀକ କର୍ତ୍ତା ଭାବେ ଯଜ୍ଞ ମଣ୍ଡପରେ ଉପବେଶନ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଅବସରରେ ଦେବମନ୍ତ୍ର ଧ୍ୱନିରେ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

jay balangir
Leave A Reply

Your email address will not be published.

14 + 13 =