pakka

ବରଗଡ ଜିଲ୍ଲା କଲେଜ ସଂଘର ବୈଠକ

bbehera

ବରଗଡ, (ନିରୋଜ କୁମାର ପାଣୀ) : ୬୬୨ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କୁ ତୃଟିପୂର୍ଣ୍ଣ ହେଲେ ମଧ୍ୟ ସପ୍ତମ ବେତନ କମିଶନ ଅନୁସାରେ ଦରମା ମିଳିଛି । ୫୭୩୩ରୁ ସପ୍ତମ ବେତନକୁ ପହଞ୍ଚିଥିବା ତିନି ଦଶନ୍ଧିର ଏହି ଯାତ୍ରା ସମ୍ଭବ ହୋଇଛି କେବଳ ୬୬୨ ସଂଘର ଏକତା, ଏକାଗ୍ରତା, ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆହୁରି ଆଗକୁ ବହୁ ରାସ୍ତା ବାକି ଅଛି । ସମାନ ଦିନରୁ ଚାକିରି ଆରମ୍ଭ କରିଥିବା ଅନେକ କର୍ମଚାରୀ ଅସଂଗତିରେ ପେସିହୋଇ ପେଟପାଟଣା ପାଇଁ ସଂଘର୍ଷ କରୁଛନ୍ତି । ପ୍ରତିଦିନ ଅବସର ନେଉଥିବା କର୍ମଚାରୀମାନେ ପେନସନରୁ ବଂଚିତ ହୋଇ ନାହିଁ ନ ଥିବା ଦୁଃଖ ଭୋଗ କରୁଛନ୍ତି । ତେଣୁ ଚାକିରି ସର୍ତ୍ତାବଳୀ, ଅବସରକାଳୀନ ସୁବିଧା, ୨୦୦୮ ଜିଓର ଅସଙ୍ଗତି ଦୂରିକରଣ, ସପ୍ତମ ବେତନ କମିଶନର ଅସଙ୍ଗତି ଦୂରିକରଣ, ୨୦୧୮ ଜିଓର ସପ୍ତମ ବେତନ ଦରମା, ରାତ୍ର ଜଗୁଆଳି, ଲାଇବ୍ରେରୀ ଓ ଲେବୋରୋଟାରୀ ଆଟେଣ୍ଡାଣ୍ଟ ସମେତ ବହୁ ପ୍ରକାର ସମସ୍ୟା ରହିଛି । ସାଂପ୍ରତିକ ସ୍ଥିତିରେ ଏସବୁ ଅତ୍ୟନ୍ତ ଗମ୍ଭୀରତାର ବିଷୟ ହୋଇଛି । ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ବେଳାରେ ସଂଗଠନର ସକ୍ରିୟତା ହିଁ ସମୟର ଆହ୍ୱାନ ଅଟେ । ତେଣୁ ସଂଗ୍ରାମୀ ବନ୍ଧୁଗଣମାନେ ନ୍ୟାର୍ଯ୍ୟ ଦାବୀ ପାଇଁ ପୂର୍ବଭଳି ଶତସିଂହର ପରାକ୍ରମ ନେଇ ଆଗେଇ ଆସନ୍ତୁ ବୋଲି ମତ ପ୍ରକାଶ ପାଇଛି ସଂଗଠନର ବରଗଡ ଜିଲ୍ଲା ସ୍ତରୀୟ ସଭାରେ । ନିଖିଳ ଓଡିଶା ୬୬୨(ଯୁକ୍ତ ଦୁଇ ଓ ଯୁକ୍ତ ତିନି) ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ବରଗଡ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତାଳପଦରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ ବୈଠକରେ ଜିଲ୍ଲା ୬୬୨ କଲେଜ ସଂଘର ସଭାପତି ଅଶୋକ ବେହେରା, ଉପସଭାପତି ଗୋପାଳକୃଷ୍ଣ ମିଶ୍ର, ସହ-ସଂପାଦକ ଜଗଦିଶ ଦେବତା ପ୍ରମୁଖ ଯୋଗଦାନ କରି ସଂଘର ସ୍ଥିତି ଉପରେ ଆଲୋକପାତ କରିଥିଲେ । ସଂଘର ସାଧାରଣ ସମ୍ପାଦକ ସୁଶାନ୍ତ ମିଶ୍ର ସଭା ପରିଚାଳନା କରିବା ସହିତ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଗୋଳକ ନାୟକ ଆଭାସୀ ମାଧ୍ୟମରେ ଯୋଗଦାନ କରି ସାଂପ୍ରତିକ ସମୟରେ ସଂଘର ସ୍ଥିତି ସଂକ୍ରାନ୍ତରେ ଆଲୋକପାତ କରିବା ସହିତ ସଂଘର ବାକି ରହିଥିବା ନ୍ୟାର୍ଯ୍ୟ ଦାବୀ ପାଇଁ ସମସ୍ତେ ସଂଗଠିତ ହେବାକୁ ଆହ୍ୱନ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ମନୋଜ ଆଚାର୍ଯ୍ୟ, ବିଜୟ ମିଶ୍ର, ସୁରେଶ ପରିଡା, ଅରୁଣ ପଣ୍ଡା, ତାରିଣି ଦେବତାଙ୍କ ସମେତ ଜିଲ୍ଲାର ପ୍ରାୟ ୨୫ ମହାବିଦ୍ୟାଳୟରୁ ଅଧ୍ୟକ୍ଷ, ଅଧ୍ୟାପକ, କର୍ମଚାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅଧ୍ୟାପକ ସୁକୁମାର ଭୋଇ ଅତିଥି ପରିଚୟ ଏବଂ ଉପେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଧନପତି ଦେବତା, ଅକ୍ଷୟ ପଧାନ, ଉମାକାନ୍ତ ସାହୁଙ୍କ ସମେତ ତାଳପଦର ମହାବିଦ୍ୟାଳୟର ଅଧ୍ୟାପକ କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

4 × five =