ସ୍ଵାଧୀନତାର ଅମୃତ ମହୋତ୍ସବ ପାଇଁ ବକୃତା ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସ୍ଵାଧୀନତାର ଅମୃତ ମହୋତ୍ସବ ସମଗ୍ର ଭାରତ ବର୍ଷରେ ପାଳନ ହେଉଥିବା ପରିପ୍ରେକ୍ଷିରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡି ତୋଳା ନାରାୟଣ ପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ରାଜ୍ୟ ପୁରସ୍କାରପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ ରୋଟାରିଆନ କାମରାଜୁ ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ କେ.ଟି.ଏନ୍.ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରାମପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟାଙ୍ଗଣାପଲ୍ଲୀ ନୀଳକଣ୍ଠେଶ୍ଵର ବିଦ୍ୟାପୀଠ ଓ ହରଗୌରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।ଆଗାମୀ ଅଗଷ୍ଟ ୧୫ ତାରିଖ ସ୍ଵାଧୀନତା ଦିବସ ଅବସରରେ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯିବ । ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ଆହ୍ୱାନ କ୍ରମେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ସଂପାଦକ ବାଉରୀବନ୍ଧୁ ସାହୁ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରତିଯୋଗିତା ପରିଚାଳନା କରିଥିଲେ । ରାମପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ପ୍ରଧାନ, କେ.ଟି.ଏନ୍.ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁରେଶ କୁମାର ସାହୁ ଓ ମଧୁ ମିତା ମହାନ୍ତି, ଟାଙ୍ଗଣାପଲ୍ଲୀ ଏସ୍.ଏନ.ବିଦ୍ୟାପୀଠର ଆର୍. ଯମୁନା ରେଡ୍ଡି, ବାଳିକା ଉଚ୍ଚ ବିଦ୍ୟାଳୟର ଶୁଭ୍ରଚଳା ବକ୍ସି ପ୍ରମୁଖ ବିଚାରକ ରୂପେ ଯୋଗଦେଇ ପ୍ରତିଯୋଗିତାକୁ ଋଦ୍ଧିମନ୍ତ କରିଥିଲେ ।

Leave A Reply

Your email address will not be published.

20 + 2 =