
ରାଉରକେଲା, (ସସ୍ମିତା ପ୍ରଧାନ) : ସାରନଗରୀ ସ୍ଥିତ ବାବା ରାମେଶ୍ୱର ପରିଚାଳନା ମନ୍ଦିର ଟ୍ରଷ୍ଟର ରେଜିଷ୍ଟ୍ରେସନ ହେବାପରେ ପ୍ରଥମ ବୈଠକ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ସମାଜସେବୀ ପି ପି ରାୟ ଓ ସାଧାରଣ ସମ୍ପାଦକ କରୁଣାକର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ହୋଇଥିବା ବୈଠକରେ ଉପସ୍ଥିତ ସଦସ୍ୟଙ୍କ ସହମତିରେ ଏକ କାର୍ଯ୍ୟକାରୀ କମିଟି ଗଠନ କରାଗଲା । ଏହି କମିଟିରେ ଉପଦେଷ୍ଟା ଭାବେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ଡାକ୍ତର ଫକୀର ଚରଣ ହୋତା, ସ୍ମୃତିକାନ୍ତ ମିଶ୍ର, ନିତ୍ୟାନନ୍ଦ ମହାନ୍ତି, ସଭାପତି ଭାବେ ପି ପି ରାୟ, କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀକୁମାର ସାହୁ, ଉପସଭାପତି ଭାବେ ପ୍ରଶାନ୍ତ କୁମାର ପାଣି ଓ ସନ୍ତୋଷ କୁମାର ଦାସ, ସାଧାରଣ ସମ୍ପାଦକ କରୁଣାକର ସାହୁ, ସମ୍ପାଦକ ପ୍ରଦୀପ୍ତ କୁମାର ପାଣି, ସଂଗଠନ ସମ୍ପାଦକ ଅନୀଲ କୁମାର ଗୁପ୍ତା, କୋଷାଧ୍ୟକ୍ଷ ଭାବେ ସୁବାସ ଚନ୍ଦ୍ର ଶର୍ମାଙ୍କୁ ମନୋନୀତ କରାଗଲା । ସେହିପରି କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ନିରଞ୍ଜନ ରାଉଳ, ପ୍ରଦୀପ କୁମାର ପାତ୍ର, ରାକେଶ ଅଗ୍ରୱାଲ, ଇଂ ରୁଦ୍ରନାରାୟଣ ସାହୁ, ଇଂ ପ୍ରଦୀପ୍ତ ରାୟ, ସୌଭାଗ୍ୟ କୁମାର ସ୍ୱାଇଁ, ରିଙ୍କୁ ବାରିକ, ଦିଲ୍ଲୀପ କୁମାର ସାହୁ, ଆକାଶ ପରିଡା, କମଳେଶ୍ୱର ଶାହା ପ୍ରମୁଖଙ୍କୁ ଗ୍ରହଣ କରାଯାଇଥିଲା । ସେହିପରି ଏହି ବୈଠକରେ ମନ୍ଦିରର ଉନ୍ନତି କରଣ, ବ୍ୟାଙ୍କ ଖାତା ଖୋଲିବା, ବାବା ରାମେଶ୍ୱରଙ୍କ ବିଭିନ୍ନ ଉତ୍ସବ, ପାଳିଦାତାଙ୍କ ନାମ ଓ ଠିକଣା, ପାଳିଦାତାଙ୍କ ଦେୟ ତିନିଶହ ଟଙ୍କା, ମନ୍ଦିରରେ ହେଉଥିବା ଗାଡି ପୂଜା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରି ବୈଠକ ସାଙ୍ଗ କରିଥିଲେ ।