କପିଲାଭଟାରେ ଚାଷୀ ସଙ୍ଗଠନର ବୈଠକ : ବିଭିନ୍ନ ଦାବି ନେଇ ୨୭ରେ ବଙ୍ଗୋମୁଣ୍ଡା ତହସିଲ ଅଫିସ ଘେରାଉ ପାଇଁ ନିଷ୍ପତ୍ତି

csstore

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ ମୁଖ୍ୟାଳୟ ଠାରେ ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ସ୍ତରୀୟ କୃଷକ ସଙ୍ଗଠନର ସଭାପତି ଅଜିତ କୁମାର ଯୋଶୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ଚାଷୀମାନଙ୍କ ବିଭିନ୍ନ ଦାବି ନେଇ ଆସନ୍ତା ଜୁଲାଇ ୨୭ରେ ବଙ୍ଗୋମୁଣ୍ଡା ତହସିଲ ଅଫିସ ଘେରାଉ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ପଞ୍ଚାୟତର କୃଷକ ଭାଇମାନେ ଏକଜୁଟ ହୋଇଥିଲେ । ସଭାରେ କୃଷକ ମାନଙ୍କ ଧାନ ଫସଲ, ମୁଗ ,ବିରି, ଗହମ ତଥା ଅନ୍ୟାନ୍ୟ ଚାଷ ଉପରେ ଆଲୋଚନା କରାଯାଇଥିଲେ । ଆଗାମୀ ଦିନରେ ଚାଷୀମାନେ କେମିତି ଉପକୃତ ହେବେ ସେନେଇ ଆଲୋଚନା କରିଥିଲେ । ଚାଷୀଙ୍କୁ କିପରି ଭାବେ ସାର ଯୋଗାଇ ଦିଆଯିବ ସେ ବିଷୟରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ଚାଷୀ ମାନଙ୍କ ଯେମିତି ଧାନ ବିକ୍ରି କରିବା ପାଇଁ ଟୋକାନର ବ୍ୟବସ୍ଥା କରାଯିବ ସେନେଇ ଆଲୋଚନା କରିଥିଲେ । ଚାଷୀମାନଙ୍କ ଜମିକୁ କେନାଲ ପାଣି କେମିତି ଯୋଗାଇ ଦିଆଯିବ ସେନେଇ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀଙ୍କ ଠାରେ କଥା ହୋଇ ଚାଷୀମାନଙ୍କୁ ପାଣି ଯୋଗାଇ ଦିଆଯିବ ତାହା ମଧ୍ୟ କହିଥିଲେ । ଅଜିତ ଯୋଶୀ ଚାଷୀ ସଙ୍ଗଠନ ରେ ସାମିଲ ହେବା ଦିନ ଠାରୁ ଗାଁ ଗାଁରେ ଯାଇ ଚାଷୀ ମାନଙ୍କ ସହ ସିଧାସଳଖ ଆଲୋଚନା କରି ବିଭିନ୍ନ ସମସ୍ୟା ସମାଧାନ କରାଯିବା ପରେ ଅଞ୍ଚଳରେ ଚାଷୀଙ୍କ ମହଲରେ ଖୁସି ଦେଖିବାକୁ ମିଳୁଛି । ଏହି ବୈଠକରେ କପିଲାଭଟା ପଞ୍ଚାୟତର ଶତାଧିକ ଚାଷୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.