ଫେନସିଂ କୋଚ୍ ଭାବେ ନିଯୁକ୍ତି ପାଇଲେ କରିଶ୍ମା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବସେବା ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ କ୍ରୀଡ଼ା ପାଇଁ କୋଚ୍‌ ନିଯୁକ୍ତ କରାଯାଇଛି । ବଲାଙ୍ଗିରର ଫେନସିଂ ଖେଳାଳି ତଥା ଏନ୍.ଆଇ.ଏସ. ଡିପ୍ଲୋମା କୋଚ୍‌ କରିଶ୍ମା ରାଉତ ଫେନ୍‌ସିଂ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି । କରିଶ୍ମାଙ୍କୁ ବଲାଙ୍ଗିର କ୍ରୀଡ଼ା ଛାତ୍ରାବାସ ଫେନ୍‌ସିଂ କୋଚ୍ ଭାବେ କ୍ରୀଡ଼ା ବିଭାଗ ପକ୍ଷରୁ ନିଯୁକ୍ତ କରାଯାଇଛି । କରିଶ୍ମାଙ୍କୁ ସରକାରଙ୍କ ପକ୍ଷରୁ କୋଚ୍ ଭାବେ ନିଯୁକ୍ତି ମିଳିଥିବାରୁ ବଲାଙ୍ଗିର ଫେନ୍‌ସିଂ ଖେଳାଳିଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ବଲାଙ୍ଗିରର କ୍ରୀଡ଼ାବିତଙ୍କୁ କୋଚ୍ ଭାବେ ନିଯୁକ୍ତି ମିଳିବା ପରେ ବଲାଙ୍ଗିର ଜିଲ୍ଲା ଫେନ୍‌ସିଂ ସଙ୍ଘ ସମ୍ପାଦକ ତଥା ପୁରୋହିତ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବ୍ୟାପାର ବିଭାଗ ସହ କ୍ରୀଡ଼ା ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ନିଯୁକ୍ତି ଦ୍ୱାରା ରାଜ୍ୟରେ ଫେନସିଂ ଖେଳାଳିଙ୍କ ଉତ୍ସାହ ବୃଦ୍ଧି ପାଇବା ସହ ଖେଳାଳି ଅଧିକ ସଫଳତା ଅର୍ଜନ ସହ ରାଜ୍ୟ ପାଇଁ ଗୌରବ ଅର୍ଜନ କରିପାରିବେ ବୋଲି ଶ୍ରୀ ପୁରୋହିତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.