csstore

ଶାରଳା ଶକ୍ତିପୀଠରେ ନାଗପୂଜା ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା’ ଶାରଳା ଶକ୍ତି ପୀଠରେ ନାଗପୂଜା ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଚଳିତ ଡିସେମ୍ବର ୧୫ ରେ ନାଗବରଣ, ପୀଠପୂଜା, ବିଷଲଡୁ ଭକ୍ଷଣ ଏବଂ ୧୬ ତାରିଖ ଦିନ ବିନୋପୂଜା, ସିତଉ ଭକ୍ଷଣ ଓ ପରିଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି । ପୀଠର ଅଧ୍ୟକ୍ଷ ତଥା ମୁଖ୍ୟ ପୃଷ୍ଠପୋଷକ ମୁରଲୀ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଘାସିରାମ ପୁଟା, ମୁକେଶ ଭୋଇ, ଡାକ୍ତର କୁଅଁର, ରବି କୁଅଁର, ଚାଣକ୍ୟ ବାଗ, ରାଜେଶ କୁଅଁର, ଓକିଲ ମରେଇ, ବ୍ୟାସ ପଟେଲ, ଅନନ୍ତ ସେଠ୍, ସୁରଜ ସେଠ୍, ପରଂବ୍ରହ୍ମ କ୍ଷେତି, ସୁରେନ୍ଦ୍ର କୁଅଁର, ଦେବେନ୍ଦ୍ର ଦଳପତି, ଅଜୟ ବେହେରା, ବୁଲୁ ବହିଦାର ପ୍ରମୁଖ ଉପସ୍ଥିତ ରହି ସ୍ଵକୀୟ ମତାମତ ଉପସ୍ଥାପନ କରିଥିଲେ । ବ୍ରଜମୋହନ ବିଶୋଇ ସଭା ପରିଚାଳନା କରିଥିବା ବେଳେ ପ୍ରକାଶ ମହାରଣା ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.