ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଚୁଡାପାଲି ନିକଟସ୍ଥ କୟାଘାଟ ନଦୀପଠାରେ ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଲୋଇସିଂହା, ଆଗଲପୁର, କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ପାଟଣାଗଡ଼, ଚୁଡାପାଲି ଅଞ୍ଚଳରୁ ସାମ୍ବାଦିକମାନେ ଯୋଗ ଦେଇ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ଅପ୍ରେଲ ୨୬ ତାରିଖ ଦିନ ହରିଶଙ୍କରଠାରେ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ପ୍ରସ୍ତୁତି ବୈଠକ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ପ୍ରତି ଉପଖଣ୍ଡ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବ ଗୃହୀତ ହେବା ସହିତ ସଂଘର ଏକ ନିଜସ୍ଵ କାର୍ଯ୍ୟାଳୟ ନିମନ୍ତେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ନିମନ୍ତେ ବୈଠକରେ ସହମତି ପ୍ରକାଶ ପାଇଥିଲା । ଏହି ଅବସରରେ ବରିଷ୍ଠ ସଦସ୍ୟ ବ୍ୟାସଦେବ ଥନାପତି ଏବଂ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀକୁ ମନୋନୀତ ହୋଇଥିବା ଶ୍ୟାମ ସୁନ୍ଦର ମେହେରଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକରେ ସାଧାରଣ ସମ୍ପାଦକ ବିମଳେନ୍ଦୁ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ସନ୍ଦୀପ କୁଁଅର, କାର୍ଯ୍ୟକାରୀ ସଭାପତି ଅଶ୍ୱିନୀ ନାଏକ, ଅଜିତ ମିଶ୍ର, ସୁଧାକର ଦାସ, ଶ୍ୟାମପ୍ରସାଦ ଗୁରୁ, ସୁବାଷ ମିଶ୍ର, ବିରଞ୍ଚି ନାୟକ, ସୁଶୀଲ ମିଶ୍ର, ଅନ୍ତର୍ଯ୍ୟାମୀ ସାହୁ, ହୁଲେଶ୍ୱର ହଂସ, ରାଧେଶ୍ୟାମ ମେହେର, ତ୍ରିନାଥ ସାହୁ, ଦୀପକ ଖମାରୀ, ଅଜିତ ପୁରୋହିତ, ଅନ୍ତିମ ପାଣିଗ୍ରାହୀ, ଦେବରାଜ ନାହାକ, ବିମଲ ଦାସ, କୈଳାସ ସଗରିଆ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ବ୍ୟାସଦେବ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.