pakka

ବସ୍ ସହିତ ହାଇୱା ଧକ୍କା, ୨ ଗୁରୁତର ୫ ଆହତ

bbehera

ଚଣ୍ଡିଖୋଲ : ବସ୍ ସହ ଧକ୍କା ହେଲା ହାଇୱା । ୧୬ ନମ୍ବର ଜାତୀୟ ରାଜପଥ ଧର୍ମଶାଳା ବ୍ଲକ୍ ଚୁଡାଖିଆ ଛକ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ କଟକରୁ କଲିକତା ଅଭିମୁଖେ ଏକ ଘରେଇ ବସ୍ ଯାଉଥିବା ବେଳେ ଚଣ୍ଡିଖୋଲରୁ କୁଆଖିଆ ଆଡ଼କୁ ଯାଉଥିବା ଏକ ହାଇୱା ସହିତ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ହାଇୱା ଡ୍ରାଇଭର କେବିନ୍ ଭିତରେ ଚାପି ହୋଇ ରହିଥିବା ବେଳେ ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ହାଇୱା ଡ୍ରାଇଭରକୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ବସ୍‌ରେ ଥିବା ୭ ଜଣ ପାସେଞ୍ଜେର ସାମାନ୍ୟ ଆହତ ହୋଇଥିବା ବେଳେ ବସ୍‌ କଣ୍ଡକ୍ଟର ଗୁରୁତର ହୋଇଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

3 × five =