pakka

ବାଘ, କୁଟୁରା ଓ ହରିଣ ଛାଲ ଜବତ : ଶିକାରୀ ଗିରଫ

bbehera

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଲ, ଗୋଟିଏ କୁଟୁରା ଓ ଗୋଟିଏ ହରିଣ ଛାଲ ଜବତ ସହ ଶିକାରୀକୁ ଏସ୍‌ଟିଫ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ବନ୍ୟଜନ୍ତୁ ଚମଡା କାରବାର ନେଇ ଏସ୍‌ଟିଏଫ ଖବର ପାଇ ଚାରିଛକ ଠାରେ ୫ ଦିନ ହେଲା ଡେରା ପକାଇ ରହିଥିଲା । ପରେ ହରଭଙ୍ଗା ଅଞ୍ଚଳରେ ବାଘ ଛାଲ ଡିଲ୍‌ ନେଇ ସୂଚନା ପାଇଥିଲା ଏସଟିଫ । ଏହାକୁ ବ୍ରେକ କରିବା ପାଇଁ ଏସ୍‌ଟିଏଫ ଓ ବନ ବିଭାଗର ମିଳିତ ଭାବେ ଏକ ଅପରେସନ କରାଯାଇଥିଲା ଓ ବିଳମ୍ବିତ ରାତ୍ରିରେ ହରଭଙ୍ଗା ଅଞ୍ଚଳରୁ ଶିକାରୀ ଓ ୩ଟି ଜନ୍ତୁ ଛାଲ ଜବତ କରିଛି ଏସ୍‌ଟିଫ । ଜନ୍ତୁ ଗୁଡିକୁ ସାତକୋଶିଆ ୱାଇଲ୍ଡ ଲାଇଇଫ୍‌ ଅଞ୍ଚଳରୁ ଶିକାର କରାଯାଇଥିବା ଅନୁମାନ କରାଯାଉଛି । ଶିକାରୀକୁ ନେଇ ତଦନ୍ତ ଜାରି ରଖିଛନ୍ତି ଏସ୍‌ଟିଏଫ ବୋଲି ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

four × five =