ବିବାହିତା ଆଦିବାସୀ ମହିଳା ନିଖୋଜ : ୧୧ ଦିନ ବିତିଯାଇଥିଲେ ହେଁ ପତ୍ତା ମିଳୁନି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ବାଲିପଟା ଗ୍ରାମର ଆଦିବାସୀ ସଂପ୍ରଦାୟ ବିଦେଶୀ ବରିହାଙ୍କ ବିବାହିତ ଝିଅ ବିଜ୍ଞସେନୀ ବରିହା (୩୫) ବଣାଇମୁଣ୍ଡା ପଞ୍ଚାୟତ ବିଜାମାଗୁର ତାଙ୍କ ଶଶୁର ଘରୁ ନିଖୋଜ ହୋଇଯାଇଛନ୍ତି । ବିଜ୍ଞସେନୀ ନିଖୋଜ ହେବାର ୧୧ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ । ଏନେଇ ବିଜ୍ଞସେନୀଙ୍କ ବାପା ବିଦେଶୀ ବରିହା ଓ ତାଙ୍କ ସ୍ଵାମୀ ସୁରେଶ୍ଵର ବରିହା ପୃଥକ୍ ପୃଥକ୍ ଭାବରେ ଗତ ୧୪ ଦିନ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବାଲିପଟା ଗ୍ରାମର ବିଜ୍ଞସେନୀ ଗତ ୨୦୧୨ ମସିହାରେ ମେ ମାସ ୨୪ ତାରିଖ ସୁରେଶ୍ଵର ବରିହାଙ୍କୁ ବିବାହ କରିଥିଲେ । ସୁରେଶ୍ଵର ଓଏସ୍ଏପି କୋରାପୁଟ ତୃତୀୟ ବାଟାଲିୟନରେ କନେଷ୍ଟବଳ ଭାବରେ କାମ କରୁଛନ୍ତି । ବିଜ୍ଞାସେନୀଙ୍କ ୫ ଓ ୩ ବର୍ଷର ଦୁଇ ପୁତ୍ର ସନ୍ତାନ ଅଛନ୍ତି । ସେ ଗତ ୧୩ତାରିଖ ଦିନ ରାତିରେ ଶଶୁର ଘର ବିଜାମାଗୁରରୁ ନିଖୋଜ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ବୋଲି ପୋଲିସ ସୁତ୍ରରୁ ସୂଚନା ମିଳିଛି । ଏନେଇ ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କୁ ପଚାରିବାରୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଶୀଘ୍ର ତାଙ୍କୁ ଠାବ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.

18 + nine =