p purohi

ଅଖିଳ ଭାରତ କୃଷକ ସଭାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋୟଲ ଧର୍ମଶଳା ଠାରେ ଅଖିଳ ଭାରତ କୃଷକ ସଭାର ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକକ ଜିଲ୍ଲା ସଭାପତି କୁମାରୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସାଧାରଣ ସାଥୀ କ୍ଷିରୋଦ ସିଂଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦେଶରେ ବିଜେପି ସରକାରଙ୍କ କୃଷି ଓ କୃଷକ ନିତିକୁ ବିରୋଧ କରିଥିଲେ । ଆସନ୍ତା ଏପ୍ରେଲ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ତାମିଲନାଡୁ ଠାରେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ । ଏହି ବୈଠରେ ଜିଲ୍ଲା ସଂପାଦକ ସାଥୀ ଗୋପାଳ ସେଠ, ସବ୍ୟସାଚୀ ମିଶ୍ର, ମକରନ୍ଦ୍ର ପାତ୍ର, ଅଲେଖ ସାହୁ, ନିରୁପମା ଦୀପ, ମିନତି ବରିହା, ଖୁସିରାମ ଭୋଇ, ଶଙ୍କର ଭୁଏ, ନିଲ ବରିହା, ଲବଙ୍ଗ ନାଏକ, ପରମୁଖ ତଥା ଜିଲ୍ଲାର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେଇଥିଲେ । ଶେଷରେ ସାଥୀ ପ୍ରମୋଦ ସିଂଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.