pakka

ଯୁବକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

bbehera

ସୋର : ଘରେ କେହି ନଥିବା ବେଳେ ଯୁବକଙ୍କ ଆତ୍ମହତ୍ୟା । ମୃତ ଯୁବକ ଜଣକ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଜଳଦା ଗ୍ରାମର ସହଦେବ ଦାସଙ୍କ ପୁଅ ଦେବାଶିଷ ଦାସ ବୋଲି ଜଣାପଡିଛି । ତାଙ୍କ ବୟସ ୧୯ ବର୍ଷ ହେବ ବୋଲି ଜଣାପଡିଛି ।

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଜଳଦା ଗ୍ରାମର ସହଦେବ ଦାସଙ୍କ ପୁଅ ଦେବାଶିଷ ଦାସ ବୁଧବାର ମା’ଙ୍କ ସହିତ ମହୁଳଗଡିଆ ସ୍ଥିତ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ । ରାତିରେ ମାମୁଁ ଘରେ ଖାଇବା ପରେ ମା’କୁ ଯାତ୍ରା ଦେଖିବାକୁ ଯିବାକୁ କହିଥିଲେ । ରାତିରେ ମାମୁଁ ଘରୁ ଆସି ଜଳଦା ସ୍ଥିତ ନିଜ ଘରେ ଭିତର ପଟୁ କବାଟ ଦେଇ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ଗୁରୁବାର ସକାଳୁ ଅଞ୍ଚଳବାସୀ ଦେଖିବା ପରେ ଖଇରା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.

one × three =