ବଜ୍ରପାତରେ ୨ ଚାଷୀଙ୍କ ମୃତ୍ୟୁ

ପାଳଲହଡା : ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ କରଡାପାଳ ପଞ୍ଚାୟତ ପୁଟୁକାମଲ ଗାଁରେ ବଜ୍ରପାତରେ ୨ ଚାଷୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଚାଷୀ ୨ ଜଣ ହେଉଛନ୍ତି ସହରଗୁରୁଜାଙ୍ଗ ଗାଁର ମଦନ ମୋହନ ସାହୁ(୪୫) ଓ ଧନୁ ଦେହୁରୀ(୫୦) । ସୂଚନା ଅନୁଯାୟୀ ମଦନ ଓ ଧନୁ ପୁଟୁକାମଲ ଗାଁରେ ଥିବା ନିଜ ଜମିରେ ଜେସିବି ଦ୍ୱାରା ମାଟି ଖୋଳୁଥିଲେ । ଗତକାଲି ଦିନ ପ୍ରାୟ ୩ଟା ବେଳେ ଘଡଘଡି ସହ ବର୍ଷା ହୋଇଥିଲା । ଏହାପରେ ମଦନ ଓ ଧନୁ ନିକଟରେ ଥିବା ଏକ ଗଛ ତଳେ ଆଶ୍ରୟ ନେଇଥିଲେ । ଏତିକି ବେଳେ ବଜ୍ରପାତ ହେବାରୁ ଦୁହେଁ ଗୁରୁତର ଆହତ ହୋଇ ପଡିଯାଇଥିଲେ । ଉଭୟଙ୍କୁ ଆମ୍ବୁଲାନ୍‌ସରେ ପାଳଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.

9 − 8 =

error: Content is protected !!