ଚାଉଳ ଦୁର୍ନୀତି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀପତ୍ର ଦେଲା କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର ଗରୀବ ଖଟିଖିଆଙ୍କୁ ଚାଉଳ ଯୋଗାଇ ଦେଉଛନ୍ତି । କିନ୍ତୁ ବିଭାଗୀୟ ଅପରାଗତା ଓ ଦୁର୍ନୀତି ଯୋଗୁଁ ହିତାଧିକାରୀ ଚାଉଳ ପାଇବାରୁ ବଂଚିତ ହେଉଛନ୍ତି । ଗୋଟିଏପଟେ ଖୋଦ ସରକାରୀ ଦଳର ଦୁଇ ଜଣ କାଉନସିଲର ପରସ୍ପରଙ୍କୁ ଚାଉଳ ଦୁର୍ନୀତି କରୁଥିବା ନେଇ ସର୍ବ ସମ୍ମୁଖରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏସ୍‌ଏଚ୍‌ଜି ଗ୍ରୁପ୍‌ମାନେ ବଂଟନ ପକ୍ରିୟାର ସମସ୍ତ ନିୟମକୁ ବେଖାତିର କରୁଥିବା ତଥ୍ୟ ବିଭାଗ ପାଖକୁ ପହଂଚିଥିଲେ ସୁଦ୍ଧା ବଂଟନ ବିଭାଗ ଦୁର୍ନୀତି ପ୍ରତି ଆଖି ବୁଜି ଦେଇଛି । ଫଳରେ ହିତାଧିକାରୀ ମାନେ ମାସ ମାସ ଧରି ଚାଉଳ ପାଇପାରୁ ନାହାନ୍ତି । ଆହୁରି ବକେୟା ଚାଉଳ ଫେରାଇପାରିନଥିବା ଏସ୍‌ଏଚ୍‌ଜି ଗ୍ରୁପ୍‌ ମାନଙ୍କୁ ବିଭାଗ କ୍ଲିନ ଚିଟ୍‌ ଦେଇଛି । ଯାହା ଚାଉଳ ଦୁର୍ନୀତିରେ ସରକାରୀ ଦଳ, ବଂଟନ ବିଭାଗ ଓ ଦୁର୍ନୀତି ଗ୍ରସ୍ତ ଏସ୍‌ଏଚ୍‌ଜି ଗ୍ରୁପ୍‌ମାନଙ୍କ ଭୂମିକାକୁ ସର୍ବସମ୍ମୁଖକୁ ଆଣିଛି । ତିନି ଦିନ ମଧ୍ୟରେ ଦୁର୍ନୀତି ବିରୋଦାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦୋଷୀମାନଙ୍କୁ ଧରାନଗଲେ କଂଗ୍ରେସ ଦଳ ସହ ସହ ହତାଧୀକାରୀଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି କହିଛି । କଂଗ୍ରେସ ଦଳ ପକ୍ଷରୁ ଏ ସଂକ୍ରାନ୍ତୀୟ ଏକ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

three × five =