csstore

କୋକସରା ଠାରେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଧର୍ମଗଡ଼, (ଭରତ ବିଶି) : ଆଜି କୋକସରା ଠାରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ତତ୍ବାବଧାନରେ ସମଗ୍ର ରାଜ୍ୟର ବ୍ଳକ୍, ବିଧାନସଭା ମଣ୍ଡଳ ଓ ଏନ୍‌ଏସି ଠାରେ ଅନୁଷ୍ଠିତ ହୋଇଥିଲା ଏହି କାର୍ୟ୍ୟକ୍ରମ । ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ଉପ ସଭାପତି ମୁକ୍ତେଶ୍ଵର ନାଗ, କୋକସରା ବ୍ଲକ ସଭାପତି ମାନସ ରଞ୍ଜନ ବେହେରା, ବ୍ଳକ୍ ସମ୍ପାଦିକା ସୀମା ଶବର, ସାଧାରଣ ସମ୍ପାଦକ ଲିଙ୍ଗରାଜ ସାହୁ, ଉପ ସଭାପତି ଖିରୋଦ ପୋଡ଼, ଇସରାମ ଲହଜଲ, ଦିଲ୍ଲୀପ ଶବର, ପରେଶ ପଟ୍ଟନାୟକ, ପର୍ଶୁରାମ ନାଗ, ବିଶ୍ଵ ରଞ୍ଜନ ସାହୁ, ନୀଲାମ୍ବର ଶଗଡିଆ, ତ୍ରିବିକ୍ରମ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.