ନେକ୍ସଟଜେନ୍‌ ଅନୁଷ୍ଠାନ ପକ୍ଷରୁ ଶୁଭଶ୍ରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧନା

ରାଉରକେଲା : କଟକ ଚାଉଳିଆଗଞ୍ଜ ଠାରେ ଅନୁଷ୍ଠିତ ସିର୍ଦ୍ଧାର୍ଥ ଟିଭିରେ ପ୍ରସାରିତ ରଜ ସୁନ୍ଦରୀ-୨୦୨୪ ପାଇଁ ସାରା ଓଡିଶାରୁ ୫୦୦୦ ପ୍ରତିଯୋଗି ଭାଗନେଇଥିଲେ । ସେମାନଙ୍କ ମଧ୍ୟରୁ ପଶ୍ଚିମ ଓଡିଶାରୁ ଏକ ମାତ୍ର ଝିଅ ଶୁଭଶ୍ରୀ ପ୍ରଧାନ ମନୋନୀତ ହୋଇଥିଲେ । ଶୁଭଶ୍ରୀ ଭଲ ପ୍ରଦର୍ଶନ କରି ସେମିଫାଇନାଲ୍‌ ପର୍ଯ୍ୟନ୍ତ ଯାଇଥିଲେ କିନ୍ତୁ ଫାଇନାଲ୍‌କୁ ଉତିର୍ଣ୍ଣ ହୋଇ ପାରିନଥିଲେ । ଶୁଭଶ୍ରୀ ସେମିଫାଇନାଲ୍‌ ପର୍ଯ୍ୟନ୍ତ ଯାଇଥିବାରୁ ତାଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ନେକ୍ସଟଜେନ୍‌ ଅନୁଷ୍ଠାନର ପ୍ରଧ୍ୟାପକ ଆନନ୍ଦ କୁମାର ସୁନା, ସହ ଅଧ୍ୟାପିକା ସମେତ ପିତା ଗଣେଶ୍ୱର ପ୍ରଧାନ ଓ ମାତା ଟିକିନା ରାଣୀ ପ୍ରଧାନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five + four =