pakka

ସୁଶିଳାବତୀ ସରକାରୀ ମହିଳା ମହାବିଦ୍ୟାଳୟରେ ବିଭିନ୍ନ ବିଭାଗରେ ନୂତନ ପାଠ୍ୟକ୍ରମ ଆରମ୍ଭ ନିମନ୍ତେ ଅନୁମତି

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଉରକେଲା ସହରର ଅନ୍ୟତମ ପ୍ରତିଷ୍ଠିତ ମହାବିଦ୍ୟାଳୟ ସୁଶିଳାବତୀ ସରକାରୀ ମହିଳା ମହାବିଦ୍ୟାଳୟରେ ବିଭିନ୍ନ ନୂତନ ପାଠ୍ୟକ୍ରମ ଆରମ୍ଭ ନିମନ୍ତେ ଅନୁମତି ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଦତ୍ତ ଚିଠି ସଂଖ୍ୟା ୧୨୪୦୬/ ତା.୨୦-୦୩-୨୦୨୩ର ସୂଚନା ମୁତାବକ ମହାବିଦ୍ୟାଳୟରେ ସ୍ନାତକ ସ୍ତରରେ ନୂତନ ଭାବେ ୧୨୮ଜଣଙ୍କ ପାଇଁ ବାଣିଜ୍ୟ ବିଭାଗ ଆସନ୍ତା ୨୦୨୩-୨୦୨୪ଠାରୁ ଖୋଲିବ । ଏହା ସହିତ ସ୍ନାତକ ବିଭାଗରେ ଦର୍ଶନ, ସମାଜ ଶାସ୍ତ୍ର, ସଂସ୍କୃତ ଓ ଭୂଗୋଳ ବିଷୟରେ ୩୨ଜଣ ଲେଖାଏଁ ଛାତ୍ରୀ ନାମ ଲେଖାଇବାର ବ୍ୟବସ୍ଥା ହୋଇଛି । ସେହିଭଳି ଉପାଧ୍ୟୁତ୍ତର ବିଭାଗରେ ନୂତନ ଭାବେ ଓଡ଼ିଆ, ଇଂରାଜୀ, ହିନ୍ଦୀ, ଗୃହ ବିଜ୍ଞାନ, ଅର୍ଥନୀତି, ରାଜନୀତି ବିଜ୍ଞାନ, ଇତିହାସ ଓ ମନସ୍ତତ୍ତ୍ୱ ବିଭାଗରେ ୩୨ଜଣ ଲେଖାଏଁ ଛାତ୍ରୀ ନାମ ଲେଖାଇବାର ବ୍ୟବସ୍ଥା ରହିଛି । ଅନ୍ୟପକ୍ଷରେ ସେଲ୍ଫ ଫାନାନ୍ସିଙ୍ଗ ମାଧ୍ୟମରେ ନୂତନ ଭାବେ ବିବିଏ ଓ ବିସିଏ ପାଠ୍ୟକ୍ରମରେ ୩୨ଜଣ ଲେଖାଏଁ ଛାତ୍ରୀ ନାମ ଲେଖାଇପାରିବେ । ସମସ୍ତ ନୂତନ ପାଠ୍ୟକ୍ରମରେ ୨୦୨୩-୨୦୨୪ ଶିକ୍ଷାବର୍ଷରୁ ନାମଲେଖା ନିମନ୍ତେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଆବଶ୍ୟକ ବ୍ୟବସ୍ଥା କରିବେ ବୋଲି ସୂଚନା ଦିଆଯାଇଛି । ଏହିସବୁ ନୂତନ ପାଠ୍ୟକ୍ରମରେ ନାମ ଲେଖାଇବା ସୁଯୋଗ ରାଉରକେଲା ସହର ସମେତ ଆଖପାଖ ଅଞ୍ଚଳର ଛାତ୍ରୀମାନଙ୍କ ଆବଶ୍ୟକତା ପୂରଣ ହେବା ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି । ଏଥିପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶିକା ପ୍ରଫେସର ଡକ୍ଟର ପ୍ରଭାବତୀ ଗୁରୁ, ପିଟିସି, ଉପନିର୍ଦ୍ଦେଶକ ରଜତ୍ ମାନସିଂହ ପ୍ରମୁଖଙ୍କୁ ଅଧ୍ୟକ୍ଷା ପ୍ରଫେସର ଡକ୍ଟର ପଦ୍ମଜା ପଟ୍ଟନାୟକ ଓ ମହାବିଦ୍ୟାଳୟର ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ଧନ୍ୟବାଦ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

7 + 12 =