ବ୍ରହ୍ମପୁର ମହାନଗରରେ ବର୍ଦ୍ଧିତ ଗୃହ ଟିକସକୁ ନେଇ ବଢ଼ୁଛି ଅସନ୍ତୋଷ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରେଶମନଗରୀ ବ୍ରହ୍ମପୁର ସହରରେ ହୋଲଡିଂ ଟେକ୍ସ ବୃଦ୍ଧିକୁ ନେଇ ଜନସାଧାରଣଙ୍କ ମହଲରେ ଉତ୍ତେଜନା ବୃଦ୍ଧି ପାଇଛି । ସହରବାସୀ ପ୍ରଶାସନ ନିକଟରେ ଜନଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି । ବ୍ରହ୍ମପୁର ମହାନଗରବାସୀଙ୍କ ଭିତରେ ଦାନା ବାନ୍ଧୁଛି ଆନ୍ଦୋଳନ, ବର୍ଦ୍ଧିତ ଗୃହ ଟିକସକୁ ନେଇ ବଢ଼ୁଛି ଅସନ୍ତୋଷ । ଏନେଇ ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ.ସୋନାଲ (ଆଇଏଏସ) ଅଧିକାରୀଙ୍କୁ ମହାନଗରବାସୀଙ୍କ ତରଫରୁ ଏକ ପ୍ରତିନିଧି ଦଳ ଭେଟି ଖୁବ୍‌ଶୀଘ୍ର ଏହାର ପ୍ରତିହାର କରାଯାଉ ନଚେତ ଆନ୍ଦୋଳନ ତୀବ୍ରତର ହେବ ବୋଲି କୁହାଯାଇଛି । ସୂଚନା ଥାଉକି, କଟକ ଓ ଭୁବନେଶ୍ୱରରେ ବର୍ଦ୍ଧିତ ଘର ଟିକସକୁ ବାତିଲ କରାଯାଇଥିଲେ ମଧ୍ୟ କେବଳ ବ୍ରହ୍ମପୁରରେ ଲାଗୁ କରାଯିବାକୁ ନେଇ ଚିନ୍ତାରେ ବ୍ରହ୍ମପୁର ସହରବାସୀ ।

Leave A Reply

Your email address will not be published.

one × five =

error: Content is protected !!