pakka

ବନ୍ୟା ବିପନ୍ନ ଅଞ୍ଚଳ ଅନୁଧ୍ୟାନ ପାଇଁ ପହଞ୍ଚିଲା ପ୍ରଶାସନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁଇଦିନ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇ ଦିନ ହେଲା ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି । ଲଗାଣ ଦୁଇ ଦିନରେ ଗାଇସିଲେଟ ବ୍ଲକରେ ୨୧୦ମିମି ବର୍ଷା ରେକର୍ଡ କରାଯାଇଛି । ତୁହାକୁ ତୁହା ବର୍ଷା ଚାଷୀଙ୍କ ନିଦ ହଜାଇ ଦେଲାଣି । ଚାଷ ଜମିମାନଙ୍କରେ ବନ୍ୟା ପାଣି ଭର୍ତ୍ତି ହୋଇରହିଛି । କେଉଁଠି ବୁଣା ଯାଇଥିବା ଫସଲ ସବୁ ବନ୍ୟା ଜଳରେ ଭାସି ଗଲାଣି ତ କେଉଁଠି ହେକ୍ଟର ହେକ୍ଟର ଚାଷ ଜମି ମାଟିରେ ପୋତି ହୋଇଯାଇଛି । ତା’ ସାଙ୍ଗକୁ ଗୁଦେରପାଲି ବସଷ୍ଟାଣ୍ଡଠାରୁ ଖଲାବାହାଲକୁ ସଂଯୋଗ କରୁଥିବା ଆରଡି ରାସ୍ତାରେ ଥିବା ଘେଁସାଲି ନଦୀ ପୋଲର ଉଭୟ କଡରେ ବନ୍ୟା ଜଳ ପ୍ରବାହରେ ମାଟି ଧୋଇ ହୋଇ ପ୍ରାୟ ୨୦ଫୁଟ ଲେଖାଏଁ ଦୁଇଟି ଘାଇ ସୃଷ୍ଟି ହୋଇଛି । ଯାହା ଫଳରେ ଏହି ରାସ୍ତାରେ ଯାନବାହନ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ମାଟି ଧୋଇ ହେବାର ମୁଖ୍ୟ କାରଣ ହେଲା ଏଲ୍‌ଏଣ୍ଡଟି କମ୍ପାନୀର ପାଣି ପାଇପ ଏହି ରାସ୍ତା କଡ଼ରେ ପୋତା ହୋଇଛି । ପାଇପ ପୋତା ଅତି ନିମ୍ନମାନ ହୋଇଥିବାରୁ ମାଟି ହାଲୁକା ହୋଇ ରାସ୍ତା ଧୋଇ ହୋଇ ଯାଇଥିବାର ଅନୁମାନ କରାଯାଉଛି । ଏ ସବୁ ବନ୍ୟା ପରିସ୍ଥିତି କୁ ଅନୁଧ୍ୟାନ ପାଇଁ ଆଜି ଗାଇସିଲେଟ ତହସିଲଦାର ଟେଟସ ମହାନନ୍ଦିଆ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତା ଏବଂ ଚାଷୀନେତା କିଶୋର ଚନ୍ଦ୍ର ଦେବତା ଆସିଥିଲେ । ଏହି ସମୟରେ ଗୁଦେରପାଲି ସରପଞ୍ଚ ରାମଚନ୍ଦ୍ର ପାତ୍ର ଏବଂ ବରିଷ୍ଠ ବିଜେଡି ନେତା ମୁକେଶ ମୁରାରୀ କେଡିଆ ଉପସ୍ଥିତ ଥିଲେ । ବନ୍ୟା ବିପନ୍ନ ହୋଇଥିବା ଚାଷ ଜମିମାନଙ୍କ କ୍ଷୟକ୍ଷତି ଆକଳନ କରି ଚାଷୀମାନଙ୍କୁ ସହାୟତା ରାଶି ଯୋଗାଇ ଦେବା ପାଇଁ ତହସିଲଦାର ପ୍ରତିଶ୍ରୁତି ଦେଇଛନ୍ତି ।

jay balangir
Leave A Reply

Your email address will not be published.

14 − 13 =

error: Content is protected !!