csstore

ବନଭାରତୀ ଫାଉଣ୍ଡେସନ ଦ୍ଵାରା ବାଇକ୍ ଆମ୍ବୁଲାନ୍ସ ସେବା ଉଦ୍‌ଘାଟିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି ନଂ-୧ ପଞ୍ଚାୟତର ଆରୁହାବୃତ୍ତି ଗ୍ରାମରେ ପ୍ରଥମ କରି ବନଭାରତୀ ଫାଉଣ୍ଡେସନ ତରଫରୁ ବାଇକ୍ ଆମ୍ବୁଲାନ୍ସ ସେବା ସର୍ମପିତ ହୋଇଯାଇଛି । ସାମଲ ପରିବାର ତରଫରୁ ରବୀନ୍ଦ୍ର, ଖଗେନ୍ଦ୍ର, ନଗେନ୍ଦ୍ର ଓ ଜିତେନ୍ଦ୍ର ସାମଲଙ୍କ ବାପା ସ୍ୱର୍ଗତଃ ବନମାଳୀ ଓ ମାତା ସ୍ୱର୍ଗତଃ ଭାରତୀ ଦେବୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ବାଇକ୍ ଆମ୍ବୁଲାନ୍ସ ସେବାକୁ ଭୋଗରାଇବାସୀଙ୍କ ସେବା ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ଅବସରରେ ପଣ୍ଡିତ ରାଜେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ମୁଖ୍ୟବକ୍ତା କବି ସୁକୁମାର ଦାସ, ବିଶିଷ୍ଟ ଅତିଥି ଭୋଗରାଇ ପଞ୍ଚାୟତ ସମିତିର ଉପାଧ୍ୟକ୍ଷା ମିନାରାଣୀ ସାସମଲ, ଦିଲ୍ଲୀ ପ୍ରବାସୀ ଓଡ଼ିଆ ସଂପାଦକ ମୀନକେତନ ମିଶ୍ର, ବାଲେଶ୍ଵର ଜିଲ୍ଲା ରକ୍ତଦାନ ଶିବିରର ସଭାପତି କମଳ ଚକ୍ରବର୍ତ୍ତୀ, ପ୍ରାକ୍ତନ ସରପଞ୍ଚ ଶ୍ରୀପତି ଜେନା, ସମାଜସେବୀ ଯୋଗେନ୍ଦ୍ର ନାଥ ପାଳଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇ ବାଇକ୍ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରି ସାମଲ ପରିବାରଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ମହତ୍ ସେବା ପ୍ରଦାନ କରିଥିବା ସାମଲ ପରିବାରବର୍ଗଙ୍କୁ ଚାରିଆଡ଼ୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟୁଛି ।

jayashree
Leave A Reply

Your email address will not be published.