pakka

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

bbehera

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଥାନ ପ୍ରଧାନୀ ପଞ୍ଚାୟତ ରାମରାକୂଳ ଅଞ୍ଚଳରେ ଜଣେ ଯୁବକ ବାହଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଯୁବକ ଜଣକ ଚିତ୍ତ ରଞ୍ଜନ ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ସମ୍ପର୍କୀୟଙ୍କ ବାହାଘରରେ ଯୋଗ ଦେବା ପାଇଁ ଚିତ୍ତ ରଞ୍ଜନ ସାହୁ ପ୍ରଧାନୀ ପଞ୍ଚାୟତ ରାମରାକୂଳ ଯାଇଥିଲେ । ସେଠାରେ ଉକ୍ତ ଗ୍ରାମର ଜଣେ ଯୁବକଙ୍କ ସହ ଚିତ୍ତ ରଞ୍ଜନଙ୍କ ଯୁକ୍ତିଯୁକ୍ତ ହୋଇଥିଲା । ତେବେ ବାହାଘର ସାରି ବିଳମ୍ବିତ ରାତିରେ ଚିତ୍ତ ରଞ୍ଜନ ନିଜ ଘରକୁ ଫେରୁଥିବା ସମୟରେ ଉକ୍ତ ଯୁବକ ଜଣକ ରାସ୍ତାରେ ଲୁଚି ରହି ଚିତ୍ତ ରଞ୍ଜନକୁ ଏକ ଶାବଳରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଚିତ୍ତ ରଞ୍ଜନ ସାହୁ ଗୁରୁତର ହୋଇ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ତେବେ ଏନେଇ ଚିତ୍ତ ରଞ୍ଜନଙ୍କ ପରିବାର ପକ୍ଷରୁ ଧାମନଗର ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି । ତେବେ ଧାମନଗର ପୋଲିସ ଏହି ଘଟଣାର ପ୍ରଥମିକ ତଦନ୍ତ ଆରମ୍ଭ କରିଛି ।

jay balangir
Leave A Reply

Your email address will not be published.

nineteen − twelve =