ବଲାଙ୍ଗିର ପ୍ରୋଜେକ୍ଟ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅବିଭାବକ

ବଲାଙ୍ଗିର : ବଲାଙ୍ଗିର କଲେଜ ଛକ ନିକଟ ପ୍ରୋଜେକ୍ଟ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକ । ସ୍କୁଲରେ ଶିକ୍ଷକ ଅଭାବ ଥିବା ବେଳେ ଏହି ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନ୍‌ରେ ଅନ୍ୟ ସ୍କୁ‌ଲକୁ ନିଆଯାଇଛି । ଏ ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇବା ପରେ ବି କୌଣସି ଲାଭ ନମିଳିବାରୁ ବାଧ୍ୟ ହୋଇ ତାଲା ବନ୍ଦ କରାଯାଇଥିବା କୁହାଯାଇଛି । ତୁରନ୍ତ ସ୍କୁଲର ଶିକ୍ଷକ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଆହୁରି ତେଜିବ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

Leave A Reply

Your email address will not be published.

eighteen − 1 =