ରାଜ୍ୟରାଜପଥର ମଝି ରାସ୍ତାରେ ଗୁଳିକାଣ୍ଡ

ସୁନ୍ଦରଗଡ : ରାଜ୍ୟରାଜପଥର ମଝି ରାସ୍ତାରେ ଗୁଳିକାଣ୍ଡ ଘଟିଥିବା ଖବର ମିଳିଛି । ୪ ରୁ ୫ଜଣ ମୁଖା ପିନ୍ଧା ଯୁବକ ଆସି କଲେ ଅତର୍କିତ ଭାବେ ଗୁଳି ଚାଳନା କଲେ ଓ ଫେରାର୍‌ ମାରିଲେ । ତେବେ ଏହି ଘଟଣା ଟି ସୁନ୍ଦରଗଡ- ବଡ଼ଗାଁ- କୁତ୍ରା ମଝି ରାସ୍ତା ରାଜ୍ୟରାଜପଥ ନଂ. ୧୦ ବିଜୁ ଏକ୍ସପ୍ରେସ ୱେରେ ଘଟିଛି । ସୂଚନା ଅନୁସାରେ ପିକଅପ୍ ଗାଡ଼ିରେ ଥିବା ୨ ଜଣ ଯୁବକଙ୍କୁ ୪ ରୁ ୫ଜଣ ଯୁବକ ମୁଖା ପିନ୍ଧିକି ଆସି ଗୁଳି ମାରି ଫେରାର୍‌ ମାରିଥିବା ବେଳେ ପିକଅପ୍‌ରେ ଥିବା ଦୁଇଜଣ ଯୁବକଙ୍‌ଙ୍କ ମଧ୍ୟରୁ ଜଣଙ୍କ ଛାତିରେ ଅନ୍ୟଜଣଙ୍କ ବେକରେ ବାଜିଛି ଗୁଳି । ଗୁଳି ବାଜିଥିବା ଦୁଇ ଜଣ ହେଲେ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର । ଖବର ପାଇ ଆହତଙ୍କ ଘର ଲୋକ ଘଟଣା ସ୍ଥଳକୁ ଯାଇ ତାଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ଆଣିଛନ୍ତି ।

Leave A Reply

Your email address will not be published.

five − 2 =

error: Content is protected !!