pakka

ଗଁରେଇ ଗ୍ରାମରେ ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର : ବାପଘର ଲୋକଙ୍କ ହତ୍ୟା ଅଭିଯୋଗ

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଶାଶୁଘର ଲୋକେ ଉଦ୍ଧାର କରିଥିବା ବେଳେ ଏହା ଏକ ହତ୍ୟା ଘଟଣା ବୋଲି ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିବାରୁ ପୁଲିସ୍ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଛି । ଏହି ଥାନା ଗଁରେଇ ଗ୍ରାମର ସନ୍ୟାସୀ ମଲ୍ଲିକ(୨୮)ପାଖ ସିନ୍ଧେକେଲା ଥାନା ଫୁଲବନ୍ଧ ଗ୍ରାମର ଖଗେଶ୍ୱର ବାରିକଙ୍କ ଝିଅ କୁନି ବାରିକ (୨୩)ଙ୍କୁ ୨ବର୍ଷ ତଳେ ପ୍ରେମ ସହ ବୈଦିକ ରୀତିନୀତିରେ ବିବାହ କରିଥିଲେ । ସେମାନଙ୍କର ଏକ ବର୍ଷର ଜଣେ କୁନିପୁଅ ଅଛି । ପରିବାର ଠିକ୍‌ ରୂପେ ଚଲୁଥିବା ବେଳେ ସ୍ଵାମୀ ବାହାରକୁ କାମଧନ୍ଦା କରି ଯାଉଥିଲେ । ହଠାତ୍ ମଙ୍ଗଳବାର ଦିନ ୩ ଘଣ୍ଟା ସମୟରେ ଏକ ନଡ଼ିଆ କତା ରଶିରେ କୁନି ଘରେ ଆତ୍ମହତ୍ୟା କରିଥିଲେ । ସ୍ଵାମୀ ଆସି ଦେଖିବା ବେଳକୁ ସେ ଘରର ଏକ କୋଣରେ ବେକରେ ରଶି ଲାଗିଥିବା ଅବସ୍ଥାରେ ପଡିଥିଲେ । ତୁରନ୍ତ ତାଙ୍କୁ ଖଟରେ ଶୁଆଈ ପାଣି ପିଇବାକୁ ଦେବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଶାଶୁଘର ଲୋକେ ପ୍ରକାଶ କରିଛନ୍ତି । ଖବର ପାଇ ମୁରିବାହାଲ ଥାନା ପୁଲିସ୍‌ ଘଟଣାସ୍ଥଳକୁ ପହଞ୍ଚିଥିଲା । ମହିଳାଙ୍କ ବାପଘର ଲୋକମାନେ ଆସି ଏହାକୁ ଏକ ହତ୍ୟା ଅଭିଯୋଗ ଆଣି ଘରେ ଉତ୍ତେଜନା ସୃଷ୍ଟି କରିଥିଲେ । ସେମାନେ ମୁରିବାହାଲ ଥାନାରେ ତାଙ୍କ ଝିଅଙ୍କୁ ସୁପରିକଳ୍ପିତ ଭାବେ ଶାଶୁଘର ଲୋକେ ହତ୍ୟା କରିଥିବା ଲିଖିତ ଅଭିଯୋଗ କରିଥିଲେ । ମହିଳାଙ୍କ ବାପ ଘର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ କେସ୍‌ ନଂ. ୧୪୦/୨୪ ରୁଜ୍ଜୁ କରି ସାଇଣ୍ଟିଫିକ ଟିମ୍‌ ସହ ପହଞ୍ଚି ଅଧିକ ତଦନ୍ତ କରିଥିଲା । ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ମୁରିବାହାଲ ଅତିରିକ୍ତ ତହସିଲଦାର ଖଦାଳ ପାତ୍ର ଉପସ୍ଥିତ ଥିଲେ । ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ମହିଳାଙ୍କ ବାପ ଘର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ସ୍ଵାମୀ ସନ୍ୟାସୀ ମଲ୍ଲିକଙ୍କୁ ଅଟକ ରଖି ଅଧିକ ପଚରାଉଚରା ପରେ ତାଙ୍କୁ ଦଫା ୪୯୮(ଏ), ୩୦୪(ବି), ୩୦୨, ୩୪ଆଇପିସିରେ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ମା’ର ଅସମୟ ମୃତ୍ୟୁ ଓ ବାପା ଜେଲ୍ ଯିବା ପରେ ଏକ ବର୍ଷର କୁନି ପୁଅ ଏବେ ଅସହାୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।

jay balangir
Leave A Reply

Your email address will not be published.

three × two =