pakka

ପୌରାଞ୍ଚଳରେ ସମରେନ୍ଦ୍ର : ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର

bbehera
  • ବିକାଶକୁ ଚୋରୀ କରିଥିବା ନେତାଙ୍କୁ ନିର୍ବାଚନରେ ଜବାବ ଦିଅନ୍ତୁ ଲୋକେ – ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଏବଂ ବଲାଙ୍ଗିର ପୌରପରିଷଦ ଦୀର୍ଘଦିନ ଧରି ବିଜେଡି ଅଧିନରେ । ପୁଣି ଏଠାକାର ବିଜେଡି ନେତାମାନେ ୨୪ ବର୍ଷ ଧରି ଲଗାତାର କ୍ଷମତାରେ ଥିଲେ । ଏତେ ଲମ୍ବା ସମୟ କ୍ଷମତାରେ ଥିବା ସତ୍ତ୍ୱେ ବଲାଙ୍ଗିରର କୌଣସି ଆଖି ଦୃଶିଆ ଯୋଜନା କରିପାରିଲେ ନାହିଁ ଓଲଟା ପୌରପରିଷଦ ଅଧିନରେ ଥିବା ଡ୍ରେନ, ରାସ୍ତା ଅତି ଶୋଚନୀୟ । ପୌରପରିଷଦ ଦୁର୍ନୀତି ଚରମସୀମାରେ ପହଞ୍ଚିଛି । କିଛି ଉନ୍ନତି କରିବା ପରିବର୍ତ୍ତେ ଏଠିକାର ରାଜ ପରିବାର ଅନେକ କ୍ଷମତାରେ ଥାଇ ମଧ୍ୟ ଆମ ଯୁବକମାନଙ୍କ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲିଛନ୍ତି । ଆମର ପିଲାମାନଙ୍କ ଭବିଷ୍ୟତକୁ ଚୋରି କରିଥିବା ଏହି ନେତାମାନେ ବର୍ତ୍ତମାନ ବଲାଙ୍ଗିରର ବିଧାୟକଙ୍କ ଦ୍ୱାରା କରାଯାଇଥିବା ଏଠାକାର ବିକାଶକୁ ଚୋରୀ କରିବାର ଅପଚେଷ୍ଟା କରୁଛନ୍ତି । ଏଣୁ ଆଗାମୀ ନିର୍ବାଚନରେ ଏପରି ବିକାଶକୁ ଚୋରୀ କରୁଥିବା ନେତାଙ୍କୁ ଆମର ମାଁ, ମାଉସୀ, ଛାତ୍ର, ଯୁବକ ସାଧାରଣ ଜନତା ଉଚିତ ଜବାବ ଦେବେ ବୋଲିି ପୌରାଂଚଳ ଅନ୍ତର୍ଗତ ବିଷ୍ଣୁମୁଣ୍ଡା ଓ ସୁଦପଡାଠାରେ ଅନୁଷ୍ଠିତ ମହିଳା ସମାବେଶରେ ବଲାଙ୍ଗିର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ କହିଛନ୍ତି ଏଠାକାର ବିଜେଡି ନେତାମାନଙ୍କୁ ହାରିବାର ଭୟ ଘାରିଲାଣି । ଭୟରେ ସେମାନେ ତାଙ୍କ ଅଧିନରେ ଥିବା ପୌରପରିଷଦର ଅପବ୍ୟବହାର କରୁଛନ୍ତି । ତାଙ୍କ ଅଧିନରେ କାମ କରୁଥିବା କାର୍ଯ୍ୟକାରୀ ସଂସ୍ଥାମାନଙ୍କୁ ତାଙ୍କ ଦଳ ପାଇଁ କାମ କରିବା ଧମକ ଦେଉଛନ୍ତି । ଆମେ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛୁ ଏହି ଦୁର୍ନୀତିଘୋର ପିସି ବାବୁଙ୍କର ଗୁଣ୍ଡାଗର୍ଦୀକୁ ଉଚିତ୍‌ ଜବାବ ଦିଆଯିବ । ଯେତେ ଶିଘ୍ର ହେବ ଏମାନେ ସାଧାରଣ ଜନତାଙ୍କୁ ଧମକ ଦେବାରୁ ନିର୍ବୁତ ରୁହନ୍ତୁ ନହେଲେ ଲୋକେ ତାର ଉଚିତ୍‌ ଜବାବ ଦେବେ ବୋଲି ସମରେନ୍ଦ୍ର କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ପୌରପରିଷଦକୁ ନିଜ ଅକ୍ତିଆରରେ ରଖିଥିବା ବିଜେଡି ନେତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠି ନାଁରେ ସହରର ସମସ୍ତ ଠିକା କାମ ନିଜେ କରୁଛନ୍ତି । ଠିକ୍ ସମୟରେ ଲୋକେ ତାର ଜବାବ୍‌ ଦେବେ ବୋଲି କହିଥିଲେ । ମହିଳା ସମବେଶରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କଂଗ୍ରେସର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଦୁଇଟି ଭୋଟ୍‌ ହାତ ଚିହ୍ନରେ ଦେବାକୁ ନିବେଦନ କରିବା ସହ ନିର୍ବାଚନରେ ଭୁଲ ବ୍ୟକ୍ତିକୁ ନଦେବାକୁ ନିବେଦନ କରିଥିଲେ କାରଣ ଠିକ୍ ଲୋକ ନିର୍ବାଚିତ ହେଲେ ବିକାଶ ପ୍ରକ୍ରିୟା ନିରନ୍ତର ଜାରି ରହିବ । ଭୁଲ ଲୋକଙ୍କ ହାତରେ କ୍ଷମତା ରହିଲେ ବଲାଙ୍ଗିର ପୁଣି ୨୪ ବର୍ଷ ତଳକୁ ଫେରିଯିବ ବୋଲି କହିବା ସହ କଂଗ୍ରେସ ସରକାରକୁ ଆସିଲେ ଧାନ କ୍ୱିଣ୍ଟାଲ ୩ ହଜାର ଟଙ୍କା, ମାସିକ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଲି ବିଲ୍‌ ମାଫ, ଏସ୍‌ଏଚ୍‌ଜି ଗୋଷ୍ଠିଙ୍କୁ ବ୍ୟାଙ୍କ ଋଣ ଛାଡ, ମହିଳାଙ୍କୁ ମାସିକ ଭତ୍ତା ୨ ହଜାର ଟଙ୍କା, ଦଳିତ ମହିଳାଙ୍କୁ ୩ ହଜାର ଟଙ୍କା, ମାସକୁ ୫୦୦ ଟଙ୍କାରେ ଗୋଟିଏ ଗ୍ୟାସ ସିଲିଣ୍ଡର, ସାମାଜିକ ସୁରକ୍ଷା ଅନ୍ତର୍ଗତ ମାସିକ ଭତ୍ତା ୨ ହଜାର ଟଙ୍କା, ବେକାରୀ ଭତ୍ତା ୩ ହଜାର ଟଙ୍କା ଓ ୫ ଲକ୍ଷ ଯୁବକ ଯୁବତିଙ୍କ ପାଇଁ ନିଯୁକ୍ତି ଦିଆଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କଂଗ୍ରେସ ତରଫରୁ ଗ୍ୟାରେଣ୍ଟି ଦେଇଥିଲେ । ଆଜିର ଏହି ମହିଳା ସମବେଶ ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ସଂଯୋଜନା ଓ ମହିଳା କଂଗ୍ରେସ ସଭାନେତ୍ରୀ ମିଳନୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲେ ।

jay balangir
Leave A Reply

Your email address will not be published.

fourteen + 18 =