pakka

ଛତ୍ରପୁର ବିଧାୟକ ସୁବାସଚନ୍ଦ୍ର ବେହେରାଙ୍କ ନାମାଙ୍କନ ପତ୍ର ଦାଖଲ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଧାନସଭା ପାଇଁ ବିଜେଡି ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ସୁବାସ ଚନ୍ଦ୍ର ବେହେରା ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣି ଅଫିସର ତଥା ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତିଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ସ୍ଥାନୀୟ ଲୋକ ଓ ବିଜେଡି କର୍ମକର୍ତ୍ତାଙ୍କ ସହିତ ବିଶାଳ ଶୋଭାଯାତ୍ରାରେ ଆସି ତାଙ୍କ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀରେ ଥାଇ ୨୦୧୯ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀରେ ଲଢ଼ି ସେ ବିପୁଳ ଭୋଟରେ ବିଜୟୀ ଲାଭ କରିଥିଲେ । ଚଳିତ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ସେ ପୁନଃବାର ବିଜେଡି ଟିକଟ୍‌ ପାଇ ପ୍ରାର୍ଥୀପତ୍ର ଆଜି ଦାଖଲ କରିଛନ୍ତି । ବିଧାୟକ ପ୍ରାର୍ଥୀ ଭାବେ ପୁଣି ଥରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ଦବ୍‌ଦବାର ସହ ଭୋଟରେ ବିଜୟୀ ଲାଭ କରିବେ ବୋଲି ବିଜେଡ଼ି ଦଳୀୟ ନେତ୍ତୃବର୍ଗ ଆଶାବ୍ୟକ୍ତ କରିଛନ୍ତି ।

jay balangir
Leave A Reply

Your email address will not be published.

three + two =