jayashree

କୋଲକାତାରେ ବଲାଙ୍ଗିର ଟିମ୍‌ ‘ଏକତା’ର ସମ୍ବଲପୁରୀ ନୃତ୍ୟରେ ଧୁମ୍‌, ଝୁମିଲେ ଦର୍ଶକ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଲକାତାର ନ୍ୟୁ ଟାଉନ୍‌ ଦୁର୍ଗାପୂଜା ମହୋତ୍ସବରେ ବଲାଙ୍ଗିର ଟିମ୍‌ ‘ଏକତା’ ପକ୍ଷରୁ ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ, ଗୀତ ଓ ବାଦ୍ୟ ପରିବେଷଣ କରାଯାଇଥିଲା। ଏହି ମନୋମୁଗ୍ଧକର କାର୍ଯ୍ୟକ୍ରମରେ କୋଲକାତାବାସୀ ଝୁମି ଉଠିଥିଲେ। ଏହି ଉତ୍ସବରେ ପଶ୍ଚିମବଙ୍ଗର ରାଜ୍ୟପାଳ ଆର୍‌. ଏନ୍‌. ରବି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅକ୍ଟୋବର ୧୩ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ଦୁର୍ଗାପୂଜା ମହୋତ୍ସବରେ କଳାକାରମାନେ ନିଜର ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଓଡ଼ିଶାର ସମ୍ବଲପୁରୀ କଳା ଓ ସଂସ୍କୃତିର ଝଲକ ଦେଖାଇଥିଲେ। ଏହି ଅବସରରେ ଟିମ୍‌ ‘ଏକତା’ର ମୁଖ୍ୟ ସୁବଳ ମହାକୁର, ବରିଷ୍ଠ କଳାକାର ନିଗମାନନ୍ଦ ନାଥ, ଅଭିନେତ୍ରୀ ଜ୍ୟୋତିର୍ମୟୀ କର, ନୃତ୍ୟ ଶିକ୍ଷୟିତ୍ରୀ ରୋଜିତା ବାଗଙ୍କ ସମେତ ଟିମ୍‌ର ସମସ୍ତ ସଦସ୍ୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

Leave A Reply

Your email address will not be published.