ତାଳଚେର ପଶୁ ଚିକିତ୍ସାଳୟରେ ଦୋଳାମେସିନ୍ ନଥିବା ଯୋଗୁଁ ଉପଚାର ହୋଇ ପାରୁନଥିବା ଅଭିଯୋଗ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ଖଣି ଅଞ୍ଚଳରେ କୋଇଲା ପରିବହନ ଯୋଗୁଁ ରାସ୍ତାରେ ଥିବା ଗାଈଗୋରୁ ନିତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି । ଯାହା ଦେଖା ଯାଉଛି ଯେଉଁ ଗାଈଗୋରୁଙ୍କ ଗୋଡ଼ ଭାଙ୍ଗି ଯାଇଛି ସେମାନେ ସେମିତି ପଶୁ ଚିକିତ୍ସାଳୟରେ ପଡିରହି ମୃତ୍ୟୁକୁ ଅପେକ୍ଷା କରୁଛନ୍ତି । ଏକ ପାଖିଆ ପଡି ରହିବା ଦ୍ୱାରା ବେଡ଼ ସୋର୍ସର ଶିକାର ହୋଇ ଅକଥ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି । ଅନୁସନ୍ଧାନରୁ ଜଣାଯାଏ ଏଭଳି ଆଘାତ ପ୍ରାପ୍ତ ଗାଈଗୋରୁଙ୍କ ଉପଚାର ପାଇଁ ଗାଈ ଦୋଳାମେସିନ୍ ବ୍ୟବହୃତ ହୋଇଥାଏ । ଯାହାକି ଏଠିକା କୌଣସି ଚିକିତ୍ସାଳୟରେ ଉପଲବ୍ଧ ନାହିଁ । ସରକାର ରାସ୍ତା ଉପରେ ଜୀବ ସୁରକ୍ଷା ଓ ଗୋ’ ସମ୍ପଦ ରକ୍ଷା ନିମାନ୍ତେ ଡିଣ୍ଡିମ ପିଟି ଆନିମଲ୍ ଆମ୍ବଲାନ୍ସ ସେବା ଆରମ୍ଭ କରିଛନ୍ତି କିନ୍ତୁ ଯଦି ଆନୁସାଙ୍ଗିକ ଉପକରଣ ଚିକିତ୍ସାଳୟରେ ନଥିବ ଏ ସେବାର କୌଣସି ମହତ୍ୱ ନାହିଁ ବୋଲି ଅନେକ ପଶୁପ୍ରେମୀ ଓ ଗୋ’ ସେବକଙ୍କ ମତ । ଏଣୁ ପଶୁପ୍ରେମୀ ଏବଂ ଗୋ’ ସେବକ ଏହି ଅଞ୍ଚଳର ପ୍ରତେକ ପଶୁ ଚିକିତ୍ସାଳୟରେ ଏହି ମେସିନ ଉପଲବ୍ଧ କରିବାକୁ ଦାବୀ କରୁଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏହାକୁ ଗୁରତ୍ୱର ସହ ବିଚାର କରିବାକୁ ଆମ ପ୍ରତିନିଧିଙ୍କଠାରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

5 × 5 =

error: Content is protected !!