ସେପ୍ଟମ୍ବର ୨୭ରୁ ସମ୍ବିଧାନ ପୀଠ ଶୁଣାଣିର ସିଧା ପ୍ରସାରଣ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆସନ୍ତା ସେପ୍ଟମ୍ବର ୨୭ ତାରିଖରୁ ସମ୍ବିଧାନ ପୀଠ ଶୁଣାଣିର ସିଧା ପ୍ରସାରଣ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ଅଧ୍ୟକ୍ଷତାରେ ପୂର୍ଣ୍ଣାଙ୍ଗ ବେଞ୍ଚ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ‘ବାର ଆଣ୍ଡ ବେଞ୍ଚ’ ସୂତ୍ରରୁ ଜଣାପଡିଛି । ଯେ ପ୍ରାରମ୍ଭରେ ୟୁଟ୍ୟୁବ୍‌ ଚ୍ୟାନେଲରେ ସମ୍ବିଧାନ ପୀଠ ଶୁଣାଣିର ସିଧା ପ୍ରସାରଣ ହେବ । ବିଚାରଣର ସିଧା ପ୍ରସାରଣ ପାଇଁ ସୁପ୍ରିମକୋର୍ଟ ଖୁବ୍‌ଶୀଘ୍ର ନିଜସ୍ୱ ପ୍ଲାଟଫର୍ମ ମଧ୍ୟ ଆରମ୍ଭ କରିବେ ।

Leave A Reply

Your email address will not be published.

2 × five =