ଅସହାୟ ପରିବାରକୁ ସହଯୋଗର ହାତ ବଢାଇଲେ ପରୋପକାରୀ ନିଳାଞ୍ଚଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯୁଗ ପରିବର୍ତ୍ତନ ସହିତ ଲୋକଙ୍କ ମାନସିକତାରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ସୋସିଆଲ ମିଡ଼ିଆ ଯୁଗରେ କିଛି ଯୁବପିଢ଼ି ପଥଭ୍ରଷ୍ଟ ହେଉଥିବା ବେଳେ ଆଉ କିଛି ଯୁବପିଢ଼ି ସମାଜସେବା ପ୍ରତି ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ନିକଟ ଅତୀତରେ ମହାମାରୀ କରୋନା ମଣିଷ ସମାଜକୁ ଅନେକ ଶିକ୍ଷା ଦେଇଯାଇଛି । ପାଖରେ ଯେତେ ଧନ ସମ୍ପତ୍ତି ଥିଲେ ମଧ୍ୟ ସବୁ ମୂଲ୍ୟହୀନ ପରି ଲାଗୁଥିଲା । ଏହି କୋଭିଡ଼ରେ ଅନେକ ଲୋକ ତାଙ୍କର ଆତ୍ମୀୟମାନଙ୍କୁ ହରାଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଯେଉଁ ପରିବାରର ରୋଜଗାର କରୁଥିବା ବ୍ୟକ୍ତି ଏହି କୋଭିଡ଼ରେ ମୃତ୍ୟୁବରଣ କରିଛି ତାଙ୍କ ପିଲାଛୁଆଙ୍କ ପାଠପଢା ସହିତ ଅନ୍ୟାନ୍ୟ ସମସ୍ୟା ଏବେବି ଦେଖିବାକୁ ମିଳିଛି । ଏପରି ଏକ ଖବର ପଦ୍ମପୁର ଉପଖଣ୍ଡ ଏକ ମଫସଲ ଗାଁରୁ ଆସିଥିଲା, ତାଙ୍କ ପରିବାର ସମ୍ମାନ ଦୃଷ୍ଟିରୁ ନାମ ଗୋପନ ରଖାଯାଇଥିବା ବେଳେ ଉକ୍ତ ପରିବାର ଗୋଟିଏ ମେଧାବୀ ଛାତ୍ରକୁ ପାଠପଢ଼ା ପାଇଁ ଆର୍ଥିକ ସହାୟତା କରିଛନ୍ତି, ପରୋପକାରୀ ନିଳାଞ୍ଚଳ ଦରୁଆନ । ନିଳାଞ୍ଚଳ ହେଉଛନ୍ତି ପଦ୍ମପୁର ଉପଖଣ୍ଡର ପଲସାପାଲି ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗପୁର ଗ୍ରାମର ବାସିନ୍ଦା । ସେ ବିଭିନ୍ନ ସମୟରେ ଆବଶ୍ୟକତା ଥିବା ଲୋକଙ୍କୁ ସହଯୋଗ କରିଥାନ୍ତି, ହେଲେ ନିଜର ପ୍ରଚାର ପ୍ରସାର ଠାରୁ ଦୂରେଇ ରହିଥାନ୍ତି । ଆଗକୁ ମଧ୍ୟ ଏପରି ମହତ କାର୍ଯ୍ୟରେ ଶକ୍ତି ଅନୁସାରେ ସହଯୋଗ କରିବେ ବୋଲି ଏହି ପରୋପକାରୀ ବ୍ୟକ୍ତି କହିଛନ୍ତି । ତାଙ୍କ ସେବା ଭାବନା ପ୍ରଶଂସନୀୟ ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ଅଟେ ।

Leave A Reply

Your email address will not be published.

fourteen + eight =