ରାସ୍ତା କଡରେ ଶୋଇଥିବା ବେଳେ ମାଡିଗଲା ଟ୍ରକ : ୪ ମୃତ

ନୂଆଦିଲ୍ଲୀ : ଦିଲ୍ଲୀର ଶାହଦରାଠାରେ ରୋଡ୍‌ ଡିଭାଇଡର ଉପରେ ଶୋଇଥିବା ୬ ଜଣଙ୍କ ଉପରେ ଏକ ଟ୍ରକ୍‌ ମାଡିଯିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଡ୍ରାଇଭର ଟ୍ରକ ସହ ଫେରାର ହୋଇଯାଇଛି । ଡ୍ରାଇଭରକୁ ଧରିବା ପାଇଁ ପୁଲିସ ଟିମ୍‌ ନିୟୋଜିତ କରାଯାଇଛି । ଦୁଇ ଜଣ ଗୁରୁତର ଆହତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.

twenty − ten =