ବାଇକ୍‌ ଦୁର୍ଘଟଣାଗ୍ରସ୍ତ, ୧ ଗୁରୁତର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ମୁଖ୍ୟ ରାସ୍ତା କେଭି ଡିଗ୍ରୀ କଲେଜ ନିକଟରେ ବୁଧବାର ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ସଦାନନ୍ଦ ବେହେରା(୪୦) ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବୁଧବାର ସନ୍ଧ୍ୟା ୭ଟା ସମୟରେ କଣ୍ଟାବାଞ୍ଜିରୁ ଧାମନଡଙ୍ଗାକୁ ଏକ ବାଇକ୍‌ ଯୋଗେ ସଦାନନ୍ଦ ଯାଉଥିଲେ । ଘଟଣାସ୍ଥଳରେ ଭାରସାମ୍ୟ ହରାଇ ପଡିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

Leave A Reply

Your email address will not be published.

twelve + eight =