
ବୀରମିତ୍ରପୁର, (କେପିଏନ୍ଏସ୍) : ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ ଯୋଗଦେଇ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା, ରୋଗୀଙ୍କୁ ମିଳୁଥିବା ସେବା ଏବଂ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ ସ୍ୱାସ୍ଥ୍ୟକେନ୍ଦ୍ରର ସେବାକୁ ଅଧିକ ସୁଦୃଢ଼ କରିବା, ରୋଗୀମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇଦେବା ଏବଂ ହସ୍ପିଟାଲରେ ରହିଥିବା ଆବଶ୍ୟକତାଗୁଡ଼ିକର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଅବସରରେ କୁଆଁରମୁଣ୍ଡା ଇନଚାର୍ଜ ଶକ୍ତି ପଟ୍ଟନାୟକ, ବୀରମିତ୍ରପୁର ସରକାରୀ ଡାକ୍ତରଖାନାର ଇନଚାର୍ଜ, ବୀରମିତ୍ରପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ୟାଶିର ବିଲାଲ, ଉପାଧ୍ୟକ୍ଷା ନିବେଦିତା ବାଗେ, ବିଧାୟକଙ୍କ ପ୍ରତିନିଧି ତଥା ପୂର୍ବତନ ନଗରପାଳ ଶଶି ସାଗର, ବିଧାୟକଙ୍କ ଆଇନ ପରାମର୍ଶଦାତା ତଥା ରୋଗୀ କଲ୍ୟାଣ ସମିତିର ସଦସ୍ୟ ଏମ୍.ଡି. ଏଜାଜ ଆଲମ, ଜଗଦୀଶ ଅଗ୍ରୱାଲ, ମାନସ ନନ୍ଦ, ମାଧୁରୀ ଏକ୍କା, କୁନା ଦେଓଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ । ରୋଗୀମାନଙ୍କୁ ଉତ୍ତମ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ସମସ୍ତେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ବୈଠକରେ ମତ ପ୍ରକାଶ ପାଇଥିଲା ।