ମେଧାବୀ ଛାତ୍ରକୁ ପାଠପଢ଼ାରେ ସହଯୋଗ କଲେ ବିଜେପି ଯୁବନେତା

ବରଗଡ଼, (ନିରୋଜ କୁମାର ପାଣୀ) : ବିଜେପି ଯୁବନେତା ନବକିଶୋର ପାଣିଗ୍ରାହୀ ଜଣେ ମେଧାବୀ ଛାତ୍ରକୁ ପାଠପଢ଼ାରେ ସହଯୋଗର ହାତ ବଢାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଯୁବନେତା ନବକିଶୋର ପାଣିଗ୍ରାହୀ ବର୍ତ୍ତମାନ ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ଦାୟିତ୍ୱରେ ଅଛନ୍ତି । ଏହା ବ୍ୟତୀତ ବରଗଡ଼ ଜିଲ୍ଲାରେ ହେଉଥିବା ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ ହୋଇଥାନ୍ତି । ବିଭିନ୍ନ ସମୟରେ ଅଞ୍ଚଳର କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହନ ଦେବା ସହିତ ଅନେକ ସମୟରେ ବରଗଡ଼ ସହର ହେଉ ଅବା ଆଖପାଖ ଗ୍ରାମାଞ୍ଚଳରେ ହେଉଥିବା ନାମଯଜ୍ଞ, ସଂକୀର୍ତ୍ତନ, ମନ୍ଦିର ପ୍ରତିଷ୍ଠା ପରି ଧାର୍ମିକ କାର୍ଯ୍ୟକ୍ରମରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥାନ୍ତି । ଶ୍ରୀ ପାଣିଗ୍ରାହୀ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକର ଗୋଟିଏ ଗରିବ ଶ୍ରେଣୀର ମେଧାବୀ ଛାତ୍ରର ପାଠପଢ଼ାରେ ଆର୍ଥିକ ସମସ୍ୟା ଥିବା ଖବର ପାଇବା ପରେ ଉକ୍ତ ଛାତ୍ର ପାଇଁ ପାଠ୍ୟ ଉପକରଣ କିଣିବା ସକାଶେ ଆର୍ଥିକ ସହଯୋଗ କରିଛନ୍ତି । ଏହା ସହିତ ଭବିଷ୍ୟତରେ ମଧ୍ୟ ଛାତ୍ରର ଆବଶ୍ୟକତା ତଥା ନିଜର ଶକ୍ତି ଅନୁସାରେ ସହଯୋଗ କରିବାର ପ୍ରତିଶୃତି ଦେଇଛନ୍ତି । ଶ୍ରୀ ପାଣିଗ୍ରାହୀଙ୍କ ଏହି ମହତ ଉଦ୍ଦେଶ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

fourteen − seven =