pakka

ଛାତ୍ରୀଙ୍କ ଛାତି ଥରାଇବା ଭଳି ସୁଇସାଇଡ୍‌ ନୋଟ୍‌ : ଝିଅଟିଏ କେବଳ ମାତୃ ଗର୍ଭରେ କିମ୍ବା କବରରେ ହିିଁ ସୁରକ୍ଷିତ, ପିତାମାତା ପୁଅମାନଙ୍କୁ ଝିଅଙ୍କୁ ସମ୍ମାନ ଦେବା ଶିଖାନ୍ତୁ

bbehera

ଚେନ୍ନାଇ : ଚେନ୍ନାଇରେ ଜଣେ ଏକାଦଶ ଶ୍ରେଣୀର ଛାତ୍ରୀ ଯୌନ ଉତ୍ପୀଡ଼ନ ଏବଂ ଶୋଷଣର ଶିକାର ହେବା ପରେ ଆତ୍ମହତ୍ୟା କରିଦେଲେ । ସେ ଏକ ସୁଇସାଇଡ୍‌ ନୋଟ ମଧ୍ୟ ଛାଡିଛନ୍ତି, ଯେଉଁଥିରେ ପୂରା ଘଟଣା ଲେଖାଯାଇଛି । ଏହି ମାମଲାରେ ଜଣେ ୨୧ ବର୍ଷ ବୟସ୍କ କଲେଜ ଛାତ୍ରଙ୍କୁ ପକ୍‌ସୋ ଅଧିନିୟମ ଅନୁଯାୟୀ ଗିରଫ କରାଯାଇଛି । ଆତ୍ମହତ୍ୟା ନୋଟରେ ଛାତ୍ରୀ ଲେଖିଛନ୍ତି ଯେ, ଗୋଟିଏ ଝିଅ କେବଳ ନିଜ ମାତୃ ଗର୍ଭରେ କିମ୍ବା କବରରେ ହିିଁ ସୁରକ୍ଷିତ ରହିଥାଏ ।

ଛାତ୍ରୀ ଜଣକ ନିଜ ଆତ୍ମହତ୍ୟା ନୋଟରେ ଲେଖିଛନ୍ତି ଯେ, ବିଦ୍ୟାଳୟଗୁଡ଼ିକ ସୁରକ୍ଷିତ ନୁହେଁ । ଏପରିକି ଶିକ୍ଷକମାନଙ୍କୁ ମଧ୍ୟ ବିଶ୍ୱାସ କରାଯାଇ ପାରିବନାହିଁ । ମାନସିକ ସ୍ତରରେ ବିଚଳିତ ହେତୁ ମୁଁ ପଢ଼ି ପାରୁନାହିିଁ କି ଶୋଇ ପାରୁନାହିଁ । ପ୍ରତ୍ୟେକ ପିତାମାତା ନିଜ ପୁଅମାନଙ୍କୁ ଝିଅଙ୍କୁ ସମ୍ମାନ ଦେବା ଶିଖାଇବା ଉଚିତ୍ । ଆତ୍ମହତ୍ୟା ନୋଟ ଶେଷରେ ଛାତ୍ରୀ ଜଣକ ତାଙ୍କ ସମ୍ପର୍କୀୟ ଏବଂ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ଏବଂ ଯୌନ ଉତ୍ପୀଡ଼ନ ବନ୍ଦ କରିବାକୁ ନିବେଦନ କରିଥିଲେ । ଜଷ୍ଟିସ୍‌ ଫର୍‌ ମି ।

ତେବେ ଏହି ମାମଲାରେ ଗିରଫ କଲେଜ ଛାତ୍ର ନିଜର ଅପରାଧ ସ୍ୱୀକାର କରିଛି । ପୋଲିସକୁ ଦେଇଥିବା ବିବୃତ୍ତିରେ ଅଭିଯୁକ୍ତ ଜଣକ କହିଛି ଯେ, ଛାତ୍ରୀଙ୍କ ସହ ତାଙ୍କ ଶାରୀରିକ ସମ୍ପର୍କ ରହିଥିଲା । ସେ ଗତ ଦୁଇ ସପ୍ତାହ ଧରି ଛାତ୍ରୀଙ୍କୁ ଅସୁବିଧାରେ ପକାଉଥିଲେ । କ୍ରମାଗତ ଭାବରେ ଅଶ୍ଳୀଳ ବାର୍ତ୍ତା ପଠାଇଛି । ଅଭିଯୁକ୍ତ ଏହା ମଧ୍ୟ କହିଛି ଯେ, ୮ ମାସ ପର୍ୟ୍ୟନ୍ତ ସେମାନଙ୍କର ବହୁତ ଭଲ ବନ୍ଧୁତା ରହିଥିଲା ।

jay balangir
Leave A Reply

Your email address will not be published.

11 + six =

error: Content is protected !!