pakka

କବି ସୁମନ ଦତ୍ତଙ୍କୁ ସମାଜସେବା ପାଇଁ ସମ୍ମାନସୁଚକ ଡ଼କ୍ଟରେଟ ଉପାଧି ପ୍ରଦାନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଦିଲ୍ଲୀର ଗୁରୁଗାଓଁଠାରେ ଥିବା ରାଡ଼ିସନ ହୋଟେଲରେ କମନୱେଲଥ ଭୋକେସନାଲ ୟୁନିଭରସିଟି ତରଫରୁ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ରାଉରକେଲାର ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀ, ଲେଖକ, ସଂଗଠକ, ସମାଜସେବୀ ସୁମନ ଦତ୍ତଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନ ସୂଚକ ଡ଼କ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ସମାଜସେବା ପାଇଁ ଭାରତ ବର୍ଷର ତିନି ଜଣଙ୍କ ଭିତରେ ଶ୍ରୀ ଦତ୍ତ ଅନ୍ୟତମ । ଏହି ବିଶ୍ୱବିଦ୍ୟାଳୟ ପ୍ରତିବର୍ଷ ତାହାର ସମାବର୍ତ୍ତନ ଉତ୍ସବରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରିଥାଏ ବୋଲି ବିଶ୍ୱବିଦ୍ୟାଳୟର ଉପସଭାପତି ଡ଼କ୍ଟର ରିପୁ ରଞ୍ଜନ ସିହ୍ନା ପ୍ରକାଶ କରିଥିଲେ । ଶ୍ରୀ ଦତ୍ତ ବର୍ତମାନ ହମିରପୁର ଉନ୍ନୟନ ପରିଷଦର ସଭାପତି, ରାଉରକେଲା ଆଇନ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍‌ର ସଭାପତି, ଅବସରପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ଆସୋସିଏସନ୍‌ର ସାଧାରଣ ସମ୍ପାଦକ, ବରିଷ୍ଠ ନାଗରିକ କଲ୍ୟାଣ ସଂଘମାନଙ୍କର ଆବାହକ, ସାମାଜିକ ଅନୁଷ୍ଠାନ ସୃଷ୍ଟିର ନିର୍ଦ୍ଦେଶକ, ବିଭିନ୍ନ ମହୋତ୍ସବ ଯଥା ରାଜଗାଙ୍ଗପୁରର “ଝରଝରା”, ବୀରମିତ୍ରପୁର ମହୋତ୍ସବ, କେନ୍ଦୁଝରର “ଗୋନାସିକା ମହୋତ୍ସବ”ର ସ୍ରଷ୍ଟା, ପଚିଶଟି ସାମାଜିକ ଅନୁଷ୍ଠାନ ସହ ଜଡିତ, ତାଳଚେରରୁ ବାହାରୁ ଥିବା “ୠଚା” ପତ୍ରିକା, ବଣାଇଁଗଡ଼ରୁ ପ୍ରକାଶିତ “ସୁଲଗ୍ନା”, ରାୟଗଡାରୁ ପ୍ରକାଶିତ “ପଞ୍ଚବଟି” ଆଦିର ସ୍ରଷ୍ଟା ଓ ପରିଚାଳନା ସମ୍ପାଦକ । ତାଙ୍କର ଅନେକ ଗଳ୍ପ, କବିତା, ରମ୍ୟରଚନା, ପ୍ରବନ୍ଧ ବିଭିନ୍ନ ପତ୍ରିକା ଓ ସମ୍ବାଦ ପତ୍ରରେ ପ୍ରକାଶିତ । ସେ ଅପେରା ପାଇଁ ନାଟକ ଲେଖି ନିର୍ଦେଶନା ମଧ୍ୟ ଦେଇଛନ୍ତି । ତାଙ୍କର ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ଦୁଇଶହରୁ ଅଧିକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ଉନ୍ନତି ପାଇଁ ସେ ସର୍ବଦା ଚେଷ୍ଟିତଥାନ୍ତି । ତାଙ୍କର ଏଇ ସମ୍ବର୍ଦ୍ଧନା ପାଇଁ ସମସ୍ତ ସୁନ୍ଦରଗଡ଼ ଜିଲ୍ଲାରେ ଆନନ୍ଦ ପ୍ରକାଶ ପାଇଛି । ତାଙ୍କ ପ୍ରତିକ୍ରିୟାରେ ଶ୍ରୀ ଦତ୍ତ “ଏକ ଗରିବ ପରିବାରରୁ ଆସି, ସମସ୍ତଙ୍କର ସ୍ନେହ, ସଦିଚ୍ଛା, ଆଶୀର୍ବାଦ ପାଇଁ ଏଇ ଭଳି ଏକ ସମ୍ମାନରେ ସମ୍ମାନିତ ହୋଇଥିବାରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିବା ସହିତ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଶ୍ରୀ ଦତ୍ତଙ୍କୁ ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ଓ ତଥା ବ୍ୟକ୍ତି ବିଶେଷ ଅଭିନନ୍ଦନ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

nine + 16 =

error: Content is protected !!